Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାହୁଲ ଗାନ୍ଧୀ ଙ୍କ ବିବାଦୀୟ ମନ୍ତବ୍ୟ ନେଇ କୁଶ ପୁତ୍ତଳିକା ଦାହ କଲେ ବିଜେପି କର୍ମି।

କଳାହାଣ୍ଡି,୦୧/୦୯
କଂଗ୍ରେସ ର ନେତା ରାହୁଲ ଗାନ୍ଧୀ ବିହାର ର ଦରଭଙ୍ଗା ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମ ରେ ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କ ମା ଙ୍କୁ ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟ କୁ ନେଇ ସାରା ଦେଶ ରେ ବିଜେପି ପକ୍ଷରୁ ପ୍ରତିବାଦ କରାଯାଇଛି। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଭାଜପା ପକ୍ଷରୁ ରାହୁଲ ଗାନ୍ଧୀ ଙ୍କ ବିବାଦୀୟ ମନ୍ତବ୍ୟ କୁ ନେଇ ତୀବ୍ର ଅସନ୍ତୋଷ ପ୍ରତିବାଦ ଦେଖାଦେଇଛି। ସୋମବାର କୋକସରା ବ୍ଲକ ର କୋକସରା, ଆମପାଣି ଓ ମୋଟେର ମଣ୍ଡଳ ପକ୍ଷରୁ ଶତାଧିକ ବିଜେପି କର୍ମକର୍ତ୍ତା ମାନେ ବିଧାୟକ ପ୍ରତିନିଧି ତ୍ରିନାଥ ଶବର ଙ୍କ ନେତୃତ୍ୱରେ ସ୍ଥାନୀୟ ବିଜେପି କାର୍ଯ୍ୟାଳୟ ନିକଟରୁ ଏକ ଶୋଭାଯାତ୍ରାରେ ବାହାରି କୋକସରା ସହର ପରିକ୍ରମା କରି ରାହୁଲ ଗାନ୍ଧୀ ଓ କଂଗ୍ରେସ ନେତୃବୃନ୍ଦ ଙ୍କ ପ୍ରତି ନାରାବାଜି ପୂର୍ବକ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ରାହୁଲ ଗାନ୍ଧୀ ଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ। ଏହି କାର୍ଯ୍ୟକ୍ରମ ରେ କୋକସରା ମଣ୍ଡଳ ସଭାପତି ବସନ୍ତ ନାଗ,ସମ୍ପାଦକ ଶାରଳା ପ୍ରସାଦ ପ୍ରଧାନୀ, ମନୋଜ ନାଏକ,ମୋଟେର ମଣ୍ଡଳ ସଭାପତି ଧର୍ମବ୍ରତ ପଣ୍ଡା, ଯୁବ ମୋର୍ଚ୍ଚା ସଭାପତି ଧବଳେଶ୍ବର ଗୋପାଳ,ଆମପାଣି ମଣ୍ଡଳ ସଭାପତି ମଧୁବନ ପାତ୍ର,ସମ୍ପାଦକ ତୁଲାରାମ ନାଏକ,ଜିଲ୍ଲା ପ୍ରତିନିଧି ଅର୍ଜୁନ ଭାଟି,ଯୁବମୋର୍ଚ୍ଚା ସଭାପତି ତ୍ରିଲୋକ୍ୟ ବେଶ୍ରା, ଯୁବନେତା ପ୍ରିୟବ୍ରତ ପଣ୍ଡା, ବରିଷ୍ଠ ନେତା ନୀଳକଣ୍ଠ ମାଝୀ,ଜୟଲାଲ ନାଏକ, ଚକ୍ରଧର ବେଶ୍ରା,ନବୀନ ପ୍ରଧାନୀ, ରତନ ମାଝୀ,ଦୈତାରି ବାରିକ ଓ ଅନ୍ୟ କର୍ମୀମାନେ ଉପସ୍ଥିତ ରହି ପ୍ରତିବାଦ ସହ ରାହୁଲ ଗାନ୍ଧୀ ଙ୍କ କୁଶ ପୁତ୍ତଳିକା ଦାହ କରିବା ସହ ଏ ଭଳି ହୀନ ମନ୍ତବ୍ୟ ରୁ ନିବୃତ ରହିବା ସହ ତୁରନ୍ତ ରାହୁଲ ଗାନ୍ଧୀ କ୍ଷମା ମାଗନ୍ତୁ ନଚେତ୍ ଆଗାମୀ ଦିନରେ ଭାଜପା ପକ୍ଷରୁ ତୀବ୍ର ଆନ୍ଦୋଳନ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି କର୍ମୀମାନେ କହିଛନ୍ତି। ଶାନ୍ତି ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ କୋକସରା ପୋଲିସ ର ଅଧିକାରୀ ଓ କର୍ମଚାରୀଙ୍କ ମାନେ ଉପସ୍ଥିତ ରହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ