Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭତରା ସମାଜ ର ଜିଲ୍ଲା ସ୍ତରୀୟ ନୂଆଁଖାଇ ଭେଟଘାଟ,ଜୁହାର ଭେଟ,ଭାଇଚାରା ର ବାର୍ତ୍ତା ଦେଲେ।

କଳାହାଣ୍ଡି,୦୨/୦୯
ନୂଆଁଖାଇ ସରିଛି ହେଲେ ପଶ୍ଚିମ ଓଡ଼ିଶାର ଏହି କୃଷି ଭିତ୍ତିକ ଓ ଭାଇଚାରା ର ଗଣପର୍ବ ପାଇଁ ଏବେ ବି ଉତ୍ସଵ ମୁଖର ଗାଁ ଠୁଁ ସହର। ବିଭିନ୍ନ ସାମାଜିକ ସଙ୍ଗଠନ ପକ୍ଷରୁ ନୂଆଁଖାଇ ଭେଟଘାଟ ଆୟୋଜିତ ହେଉଥିବା ଦେଖିବାକୁ ମିଳୁଛି।କୋକସରା ବ୍ଲକ ବରାଡୋଙ୍ଗା ପଞ୍ଚାୟତ ଶିଉନି ଗ୍ରାମ ଠାରେ ଭତରା ସମାଜ ପକ୍ଷରୁ ଜିଲ୍ଲା ସ୍ତରୀୟ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଭତ୍ରା ସମାଜ ର ଆରାଧ୍ୟ ଦେବତା ଭୈରବ ଦେବ ଙ୍କ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଗ୍ରାମ ପୂଜକ ଙ୍କ ଘରୁ ଏକ ବିରାଟ ଶୋଭାଯାତ୍ରାରେ ସାମାଜିକ କର୍ମକର୍ତ୍ତା ଓ ଶତାଧିକ ଲୋକେ ଭୈରବ ଦେବ ଙ୍କ ମନ୍ଦିର ନିକଟରେ ପହଞ୍ଚିଥିଲେ।ଏହି ଅବସରରେ ପ୍ରଥମେ ଦନ୍ତେଶ୍ୱରୀ ଓ ଭୈରବ ଦେବ ଙ୍କୁ ଆଦିବାସୀ ରୀତିନୀତି ଅନୁଯାୟୀ ପୁଝାରି ପୂଜାର୍ଚ୍ଚନା କରିବା ପରେ ନୂଆଁ ଧାନ ରେ ପ୍ରସ୍ତୁତ ହୋଇଥିବା ଚୁଡା କୁ ନୂଆଁ ଭାବେ ଗ୍ରହଣ କରିଥିଲେ। ପରେ ଉପସ୍ଥିତ ସମାଜର କର୍ମକର୍ତ୍ତା ଓ ବିଭିନ୍ନ ପ୍ରାନ୍ତ ରୁ ଏକାଠି ହୋଇଥିବା ଲୋକେ ଜୁହାର ଭେଟ ହୋଇ ଶୁଭେଚ୍ଛା ଜଣାଇଥିଲେ।
ଏହି ଅବସରରେ ଭତରା ସମାଜର ଜିଲ୍ଲା ସଭାପତି କୈଳାସ ଚନ୍ଦ୍ର ମାଝୀ ଙ୍କ ସଭାପତିତ୍ୱ ରେ ନୂଆଁଖାଇ ଭେଟ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବିଧାୟକ ତଥା ବିଜେଡି ଜିଲ୍ଲା ସଭାପତି ପ୍ରଦୀପ କୁମାର ଦିଶାରୀ ଯୋଗଦେଇଥିବା ବେଳେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ମୁଖ୍ୟ ବକ୍ତା ଭାବେ ଜିଲ୍ଲା କର୍ମଚାରୀ ସଂଘ ର ସଭାପତି ଇଂ. ତ୍ରୁପ କୁମାର ପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ଋତୁରାଜ ମାଝୀ,ସମ୍ମାନିତ ଅତିଥି ଭାବେ ଘନଶ୍ୟାମ ନାଏକ, ଗରୁଡ଼ ଧ୍ଵଜ ମାଝୀ, କ୍ଷୀରୋଦ ମାଝୀ, ସୁଧୀର ପାତ୍ର,ସତ୍ୟନନ୍ଦ ନାଏକ, ମିନିକେତନ ଦଳପତି,ଚନ୍ଦ୍ରକାନ୍ତ ପୁଝାରି, ରଣ ସାଏ ପାତ୍ର,ମନୋଜ ପାତ୍ର, ବିଜୟ ଦିଶାରୀ ପ୍ରମୁଖ ମଞ୍ଚ ରେ ଉପସ୍ଥିତ ରହି ନୂଆଁଖାଇ ହେଉଛି ଭାଇଚାରା ର ପର୍ଵ ଆମ ମଧ୍ୟରେ ରହିଥିବା ରାଗରୁଷା ଭୁଲି ଏକ ଡୋରି ରେ ଏକତ୍ରିତ ହେବାକୁ ଆହ୍ୱାନ ଦେଇଥିଲେ।ଏହି ଅବସର ରେ ୨୦୨୫ ନିଟ ପରୀକ୍ଷା ରେ କୃତକାର୍ଯ୍ୟ ହୋଇଥିବା ଛାତ୍ରୀ ଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ପରେ ନୂଆଁଖାଇ ଭେଟଘାଟ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସହ ସମ୍ପାଦକ ତଥା ଅଧ୍ୟାପକ ଭୁବନେଶ୍ୱର ଦିଶାରୀ ମଞ୍ଚ ସଂଯୋଜନା କରିଥିବା ବେଳେ ମନୋଜ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମ କୁ ଶିଉନି ଗ୍ରାମ ର ଭତରା ଗ୍ରାମ୍ୟ କମିଟିର କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ