Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅର୍ଚ୍ଚନା ନାଗଙ୍କ ସ୍ବାମୀଙ୍କୁ ଉଠାଇ ନେଲା ପୁଲିସ : ସ୍ତ୍ରୀ ଓ ପୁଅକୁ ମାଡ଼ ମାରିଥିବାନେଇ ଆସିଛି ସାଘାଂତିକ ଅଭିଯୋଗ

ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ ଥାନାରେ ଅଟକ । ଜଗବନ୍ଧୁ ଚାନ୍ଦଙ୍କୁ ମଞ୍ଚେଶ୍ବର ପୁଲିସ ଅଟକ ରଖିଥିବା ସୂଚନା ରହିଛି । ରାତି ଅଧରେ ଘରେ ପଶି ମାରଣାସ୍ତ୍ରରେ  ତାଙ୍କୁ  ଓ  ତାଙ୍କ ପୁଅକୁ ଆକ୍ରମଣ କରିବା  ସହ ଜୀବନରୁ ମାରିବାକୁ ଉଦ୍ୟମ କରିଥିବା ନେଇ ଗତ ୩୦ତାରିଖରେ ଥାନାରେ ଅଭିଯୋଗ କରିଥିଲେ ଅର୍ଚ୍ଚନା ।  ପୁଲିସ ଘଟଣାର ତଦନ୍ତ କରିବା ସହ ଜଗବନ୍ଧୁକୁ ଉଠାଇ ଆଣିଥିବା ସୂଚନା ରହିଛି । ତାଙ୍କ ନିକଟରୁ ଏକ ଛୁରୀ ମଧ୍ୟ ଜବତ ହୋଇଥିବା କୁହାଯାଇଛି  ।  ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ଚାନ୍ଦଙ୍କ ଛାଡପତ୍ର ମାମଲା ଚାଲିଥିବା ବେଳେ ଉଭୟ ଅଲଗା ରହୁଛନ୍ତି । ତେବେ ରାତି ଅଧରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡର ଭିଡିଓ ବି ସାମ୍ନାକୁ ଆସିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ