Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭୀମ ଆର୍ମି ସଙ୍ଗଠନ ବଡ଼ ପୋଡ଼ାଗୁଡା ୟୁପି ସ୍କୁଲ ନିର୍ମାଣ ପାଇଁ ଜାଗା ଚିହ୍ନଟ ପାଇଁ ବିଡ଼ିଓ ଙ୍କୁ ଦାବିପତ୍ର।

କଳାହାଣ୍ଡି,୦୩/୦୯
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋଷ୍ଠି ଶିକ୍ଷା ବିଭାଗ ଅଧିନ ରେ ଥିବା ବଡ଼ ପୋଡ଼ାଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନିଜସ୍ୱ ଜାଗା ନଥିବା କାରଣରୁ ଦିର୍ଘ ବର୍ଷ ଧରି ଅସ୍ଥାୟୀ ଭାବେ ଗ୍ରାମ ର ଜୈନିକ ବ୍ୟକ୍ତି ଙ୍କ ଦଖଲ ରେ ଥିବା ମାଲିକାନା ଜାଗା ରେ ବିଦ୍ୟାଳୟ ଚାଲିଛି ।ଫଳରେ ଅନେକ ସମୟରେ ବିଦ୍ୟାଳୟ ରେ ପାଠପଢା ରେ ବ୍ୟାଘାତ ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି। ଫଳରେ ଗ୍ରାମ ପଞ୍ଚାୟତ ର କଲ୍ୟାଣ ମଣ୍ଡପ ଓ ପିଇଓ କାର୍ଯ୍ୟାଳୟ ରେ ଅସ୍ଥାୟୀ ଭାବେ ବିଦ୍ୟାଳୟ ରେ ଶିକ୍ଷାଦାନ ହେଉଥିବା ଦେଖିବାକୁ ମିଳୁଛି। ଏ ସମ୍ପର୍କରେ ପଞ୍ଚାୟତ କର୍ତ୍ତୃପକ୍ଷ ଓ ଗ୍ରାମବାସୀ ମାନେ ଅନେକ ସମୟରେ ଜିଲ୍ଲା ଓ ବ୍ଲକ ପ୍ରଶାସନ ନିକଟରେ ବାରମ୍ବାର ଲିଖିତ ଅଭିଯୋଗ କରିଛନ୍ତି।ତେବେ ଆସୁ ସମାଧାନ ଦିଗରେ କୌଣସି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରା ଯାଇନଥିବା ଜଣାପଡିଛି। ବୁଧବାର ଏନେଇ କୋକସରା ବ୍ଲକ ଭୀମ ଆର୍ମି ସଙ୍ଗଠନ ପକ୍ଷରୁ ସ୍ଥାନୀୟ ଭୀମ ରାଓ ଯୁବକ ସଙ୍ଘ ର କର୍ମକର୍ତ୍ତା ମାନେ କୋକସରା ବିଡ଼ିଓ ଡ଼. ହିମାଞ୍ଚଳ ମାଝୀ ଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିବା ସହ ବିଦ୍ୟାଳୟ ପାଇଁ ସରକାରୀ ଜାଗା ଯୋଗାଇ ଦେବାକୁ ଲିଖିତ ଭାବେ ଦାବି କରିଛନ୍ତି।ଦାବିପତ୍ର ପ୍ରଦାନ ସମୟରେ ଭୀମ ଆର୍ମି ପ୍ରଦେଶ ମହାସଚିବ ଜଗଜିବନ କୁମାର, ଭୀମ ରାଓ ଯୁବକ ସଙ୍ଘ ସଭାପତି ଖିତିରାମ ବାଗ, ନରହରି ସୁନା, ଗୁଲସନ୍ ବାଗ, ଶିବ ଦୁର୍ଗା, କୃଷ୍ଣ ଚନ୍ଦ୍ର ଦୂରିଆ, ତୁଳସୀ ଦୁର୍ଗା, ନବେଶ୍ୱର ଦୁର୍ଗା, ନିରଞ୍ଜନ ନାଏକ ତଥା ଅନେକ ସଦସ୍ୟ ଉପସ୍ଥିତ ଥିଲେ। ବିଡ଼ିଓ ଏହି ଘଟଣା କୁ ଗୁରୁତ୍ୱ ଦେଇ ସ୍ଥାନୀୟ କୋକସରା ତହସିଲଦାର ଙ୍କୁ ଅବଗତ କରାଇବା ପରେ ତହସିଲଦାର ତ୍ୱରିତ ପଦକ୍ଷେପ ଗ୍ରହଣ କରି ଆମପାଣି ରାଜସ୍ୱ ନିରୀକ୍ଷକ ଓ କର୍ମଚାରୀ ଙ୍କୁ ପଠାଇ ବିଦ୍ୟାଳୟ ନିର୍ମାଣ ପାଇଁ ପୋଡ଼ାଗୁଡା ଗ୍ରାମ ନିକଟରେ ଥିବା ସରକାରୀ ଜମି ରେ ପହଞ୍ଚି ବିଦ୍ୟାଳୟ ପାଇଁ ଜାଗା ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ