Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ନିଶା ନିବାରଣ ସଚେତନତା ବାର୍ତ୍ତା ଦେଲେ ମାଝୀଗୁଡା ଗ୍ରାମ ର ଛାତ୍ରଛାତ୍ରୀ ଓ ଯୁବକ ସଙ୍ଘ।

କଳାହାଣ୍ଡି:ଦିନ କୁ ଦିନ ଗ୍ରାମାଞ୍ଚଳରେ ନିଶା ର କୁପ୍ରଭାବ ଯୁବ ଗୋଷ୍ଠି ଙ୍କ ମଧ୍ୟରେ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ନିଶା ଗ୍ରସ୍ତ ହୋଇ ଯୁବଗୋଷ୍ଠୀ ମାନେ ଅନେକ ଅସାମାଜିକ କାର୍ଯ୍ୟକଳାପ ରେ ଲିପ୍ତ ହୋଇ ବିଶୃଙ୍ଖଳା ଦେଖା ଦେଉଛି।
ଏହାକୁ ଦମନ କରିବା ପାଇଁ କୋକସରା ବ୍ଲକ ମାଝୀଗୁଡା ଗ୍ରାମର ନେତାଜୀ ଯୁବକ ସଙ୍ଘ ର ଆବାହନ ରେ ଏକ ନିଶା ନିବାରଣ ସଚେତନତା ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯୁବକ ସଙ୍ଘ ର ସଭାପତି ଧବଳେଶ୍ବର ନାଗ ଙ୍କ ଅନୁରୋଧ କ୍ରମେ କୋକସରା ଗୋଷ୍ଠି ଶିକ୍ଷା ବିଭାଗ ର ଅତିରିକ୍ତ ଶିକ୍ଷା ଅଧିକାରୀ ଦୟାନିଧି ପାଢ଼ୀ, ନୋଡାଲ ସିଆରସିସି ବୈକୁଣ୍ଠ ଜାଲ ସମେତ ସ୍ଥାନୀୟ ମହାତ୍ମା ଗାନ୍ଧୀ ଉଚ୍ଚ ବିଦ୍ୟାଳୟ,ୟୁପି ସ୍କୁଲ ର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ସମେତ ନେତାଜୀ ଯୁବକ ସଙ୍ଘ ର କର୍ମକର୍ତ୍ତା ଓ ଗ୍ରାମର ସଚେତନ ବୁଦ୍ଧିଜୀବୀ,ମହିଳା ସଙ୍ଘ ମାନେ ମିଳିତ ଭାବେ ମାଝୀଗୁଡା ଗ୍ରାମ ର ପଡା ପଡ଼ା ବୁଲି ମଦ କୋଠି ବନ୍ଦ କରିବା ସହ ଗାଁ ରେ ସମ୍ପୂର୍ଣ୍ଣ ଭାବେ ମଦ ବିକ୍ରି ବନ୍ଦ କରିବାକୁ ଗ୍ରାମବାସୀ ଙ୍କୁ ସଚେତନ କରିଥିଲେ। କାର୍ଯ୍ୟକ୍ରମ ରେ ଯୁବକ ସଙ୍ଘ ର ଉପ ସଭାପତି ଚିତ୍ରସେନ ନାଏକ , ସମ୍ପାଦକ ପରମେଶ୍ବର ପାଣିଗ୍ରାହୀ ଓ ଅନ୍ୟ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ।