Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଯାତ୍ରୀବାହୀ ବସ ଇଞ୍ଜିନ ରୁ ବାହାରିଲା ଧୁଆଁ , ଅଳ୍ପକେ ବର୍ତ୍ତିଲେ ଯାତ୍ରୀ।

କଳାହାଣ୍ଡି:ଜୟପୁର ରୁ ଅନୁଗୁଲ ଯାଉଥିବା ଓଡିଶା ରାଜ୍ୟ ପରିବହନ ର ଯାତ୍ରୀବାହୀ ବସ ନମ୍ବର (ଓଡ଼ି ୧୯ କେ ୯୨୦୨) ଗୁରୁବାର ଜାତୀୟ ରାଜପଥ୨୬ କାଉଡୋଲା ବସଷ୍ଟାଣ୍ଡ ନିକଟରେ ରହିବା ପରେ ହଠାତ ପଛ ଛକ ଇଞ୍ଜିନ ମଧ୍ୟରୁ ଧୂଆଁ ବାହାରୁଥିବା ଦେଖି ଡ୍ରାଇଭର ବସ ରେ ଥିବା ସମସ୍ତ ଯାତ୍ରୀ ଙ୍କୁ ସୁରକ୍ଷିତ ଭାବେ ବସ ରୁ ବାହାର କୁ ଯିବା କୁ କହିଥିଲେ। ବସ ରେ ଥିବା ସମସ୍ତ ଯାତ୍ରୀ ଭୟଭୀତ ହୋଇ ପଡ଼ିଥିଲେ। ଏନେଇ କାଉଡୋଲା ଗ୍ରାମ ର ଜଣେ ସଚେତନ ଯୁବକ ତ୍ରିଲୋକ୍ୟ ବେଶ୍ରା ଦମକଳ ବାହିନୀ କୁ ଫୋନ୍ କରିବାରୁ ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ଧୂଆଁ ବାହାରୁଥିବା ଇଞ୍ଜିନ ରେ ପାଣି ସିଞ୍ଚନ କରିବା ପରେ ଧୂଆଁ କମି ଯାଇଥିଲା ଓ ଯାତ୍ରୀବାହୀ ବସ ଟି ଏକ ବଡ଼ ଦୁର୍ଘଟଣା ରୁ ଅଳ୍ପକେ ବର୍ତ୍ତି ଯାଇଛି। ପରେ ଯାତ୍ରୀ ଙ୍କୁ ଅନ୍ୟ ଯାତ୍ରୀବାହୀ ବସ ରେ ତାଙ୍କ ଗନ୍ତବ୍ୟ ସ୍ଥାନ କୁ ପଠା ଯାଇଛି।ତେବେ ଏକ ଅଘଟଣ ରୁ ସମସ୍ତ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।