ସ୍ୱାମୀ ନିଜନାନନ୍ଦ ସରସ୍ୱତୀ ବିଦ୍ୟାପୀଠ ରେ ଗୁରୁ ଦିବସ ପାଳନ।


କଳାହାଣ୍ଡି:ଜୀବନ ର ମୂଳଦୁଆ ର ପ୍ରଥମ ପାହାଚରେ ଗୁରୁ ହିଁ ଆମକୁ ଆଗକୁ ବଢିବାକୁ ପ୍ରେରଣା ଦେଇଥାନ୍ତି। ପ୍ରଥମ ଗୁରୁ ବାପା,ମା ଆମକୁ ଜନ୍ମ ସହ ଜୀବନ ସଂସ୍କାର ଦେଇଥିବା ବେଳେ ଦ୍ଵିତୀୟ ଗୁରୁ ଆମ ଶିକ୍ଷକ ବୁଦ୍ଧିବିଦ୍ୟା,ସଂସ୍କାର ଦେଇ ଆମକୁ ଜୀବନ ର ଚଲାପଥ ରେ ଆଗକୁ ବଢିବାକୁ ପ୍ରେରଣା ର ଉତ୍ସ ଯୋଗାଇ ଥାନ୍ତି। ଆଜି ହେଉଛି ସେହି ଗୁରୁ ଙ୍କ ପାଇଁ ସମର୍ପିତ ଦିନ ଟିଏ। ଏହି ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନ ରେ ଗୁରୁ ଦିବସ ପାଳନ କରାଯାଇଛି।
ଆଜିର ଏହି ପବିତ୍ର ଗୁରୁ ଦିବସ ଅବସରରେ କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଚାର ବାହାଲ ଗ୍ରାମ ରେ ଥିବା ସ୍ୱାମୀ ନିଜନାନନ୍ଦ ସରସ୍ୱତୀ ବିଦ୍ୟାପୀଠ ରେ ଗୁରୁ ଶିଷ୍ୟ ପରମ୍ପରା ଅନୁଯାୟୀ ଗୁରୁ ଦିବସ ପାଳନ କରାଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ମହେଶ କୁମାର ପଣ୍ଡା ଦୀପ ପ୍ରଜ୍ବଳନ କରିବା ପରେ ଓ ଦୋଳମଣି ଆଜ୍ଞା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଗୁରୁ ଦିବସ ରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ,ଛାତ୍ର ଛାତ୍ରୀ ଓ କାର୍ଯ୍ୟରତ ଅନ୍ୟାନ୍ୟ କର୍ମଚାରୀ ଙ୍କ ମିଳିତ ଯୋଗଦାନ ରେ ଗୁରୁ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ପରିଶେଷ ରେ ବିଦ୍ୟାଳୟ ର ସହ ପ୍ରଧାନ ଶିକ୍ଷକ ଶ୍ରୀ ଦିବ୍ୟରଞ୍ଜନ ମେହେର ସମସ୍ତ ଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।