Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଂଗ୍ରେସ ଦଳର ସଂଗଠନ ସୃଜନ ଅଭିଯାନ କାର୍ଯ୍ୟକ୍ରମ ଓ ପ୍ରେସ ମିଟ ଅନୁଷ୍ଠିତ ।

କଳାହାଣ୍ଡି,୦୬/୦୯
କଂଗ୍ରେସ ଦଳ ପକ୍ଷରୁ ଶନିବାର କୋକସରା ବ୍ଲକ ସଦର ମହକୁମା କଲ୍ୟାଣ ମଣ୍ଡପ ଠାରେ ସଂଗଠନ ସୃଜନ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କୋକସରା କଂଗ୍ରେସ ବ୍ଲକ ସଭାପତି ଲିଙ୍ଗରାଜ ବେହେରା ଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରୀୟ ପର୍ଯ୍ୟବେକ୍ଷକ ଶେଖ ମସ୍ତାନ ଅଲ୍ଲୀ ଯୋଗଦେଇ ଏକ ସାମ୍ବାଦିକ ସମ୍ମିଳନୀରେ କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ନେଇ ପ୍ରତିକ୍ରିୟା ରଖିଥିଲେ।ଅନ୍ୟତମ ସମ୍ମାନିତ ଅତିଥି ଭାବେ ପିସିସି ପର୍ଯ୍ୟବେକ୍ଷକ ଫକିର ଜଗତ,ଜିଲ୍ଲା ସଂଯୋଜକ ଜଳନ୍ଧର ନାଏକ,ଜିଲ୍ଲା ଯୁବ ସଭାପତି ମହମ୍ମଦ ସାହେବ, ଛାତ୍ର ସଭାପତି ଶୁଭମ ବାରିକ,ବରିଷ୍ଠ କଂଗ୍ରେସ ନେତା ଲକ୍ଷ୍ମଣ ଶବର,ବ୍ଲକ ସଂଯୋଜକ ଅରୁଣ କୁମାର ମାଝୀ ପ୍ରମୁଖ ଉପସ୍ଥିତ ରହି କଂଗ୍ରେସ ଦଳର ସଂଗଠନ ସୃଜନ ଅଭିଯାନ କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ବିଷୟରେ ଉପସ୍ଥିତ କଂଗ୍ରେସ କର୍ମୀ ମାନଙ୍କୁ ପ୍ରାଞ୍ଜାଳ ଭାବେ ବୁଝାଇବା ସହ ଆଲୋଚନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ନିମାଇଁ ଧଙ୍ଗଡା ମାଝୀ, ସୁବାସ ପ୍ରଧାନ, ନବୀନ ନାଏକ, ତ୍ରିଭୁବନ ନାଏକ, କମଳ ନାଏକ,ମହେନ୍ଦ୍ର ଧରୁଆ,ଟିକିଚନ୍ଦ୍ର ଧ. ମାଝୀ, ଯତୀନ୍ଦ୍ର ଦଳେଇ, ହରିଶ୍ଚନ୍ଦ୍ର ନାଏକ,କୁମୁଦ ଚନ୍ଦ୍ର ପୁଝାରି,ସୁବାସ ଚନ୍ଦ୍ର ଦାସ,ବରିଷ୍ଠ ନାରିନେତ୍ରୀ ତପସ୍ୱିନୀ ପ୍ରଧାନୀ, ମାଧୁରୀ ନିଆଳ, ଫୁଲତୋଳା ଖମାରି ସମେତ ବ୍ଲକର କୋଣ ଅନୁକୋଣରୁ ଶତାଧିକ କଂଗ୍ରେସ କର୍ମୀମାନେ ଉପସ୍ଥିତ ରହିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ