Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୁଲଡୋଜର ଚଢ଼ାଇ ଲେଡି ଡନ୍ ସାବିତ୍ରୀ ବେହେରାର ଘର ଭାଙ୍ଗିଲା ନୟାପଲ୍ଲୀ ପୁଲିସ

ଫିଲ୍ମ ଷ୍ଟାଇଲରେ ଭଙ୍ଗା ଚାଲିଛି ଲେଡି ଡନ୍‌ର ଘର । ବୁଲଡୋଜର ଚଢ଼ାଇ ଲେଡି ଡନ୍ ସାବିତ୍ରୀ ବେହେରାର ଘର ଭାଙ୍ଗୁଛି ନୟାପଲ୍ଲୀ ପୁଲିସ । ଶିକ୍ଷାନୁଷ୍ଠାନ ପାଖରେ ବେଧଡ଼କ ଚାଲିଥିଲା ନିଶା କାରବାର । ନା ଡର ଥିଲା ପୁଲିସକୁ ନା ଖାତିର ଥିଲା ପ୍ରଶାସନକୁ । କିଛି କହିଲେ, ଥାନାରେ ମିଛ ମାମଲା ଦେଇ ଫସାଇ ଦେବାକୁ ଦେଉଥିଲା ଧମକ ।

ଗଞ୍ଜେଇ, ଡ୍ରଗ୍ସ କାରବାରର ପକ୍କା ଖବର ପାଇବା ପରେ ଲେଡି ଡନ୍‌ ସାବିତ୍ରୀକୁ ଗିରଫ କରିଥିଲା ପୁଲିସ । ଜେଲ୍‌ ଯାଉଥିଲା, ଫେରୁଥିଲା, ପୁଣି ନିଶା ବିକୁଥିଲା ।

ଆଉ ନିଶା କାରବାରକୁ ସବୁଦିନ ପାଇଁ ବନ୍ଦ କରିବାକୁ ଏବେ ବୁଲଡୋଜ୍‌ର ଚଢାଇ ଖେଳ ଖତମ କରିଛି ପୁଲିସ । ସେପଟେ ସାରା ରାଜ୍ୟକୁ ନିଶାମୁକ୍ତ କରିବାକୁ ଚାଲିଛି ଅପରେସନ୍ ପ୍ରହାର । ଶିକ୍ଷାନୁଷ୍ଠାନ ପାଖରେ ନିଶାଡିଙ୍କ ଉତ୍ପାତ ଏବଂ ନିଶା କାରବାର ରୋକିବାକୁ ଚାଲିଛି ପୁଲିସର ପ୍ରୟାସ । ସ୍କୁଲ କଲେଜ ନିକଟରେ ନିଶା କାରବାର ଚାଲୁଥିଲେ, ଯେ କୌଣସି ଲୋକ ଏନେଇ ପୁଲିସକୁ ଖବର ଦେଇ ପାରିବେ । ନାମ ଗୋପନ ରଖିବା ସହ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଯାହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ଶିକ୍ଷକ। ରାଜଧାନୀର କୋଣ ଅନୁକୋଣରେ ବଢି ଚାଲିଛି ନିଶା କାରବାର । ଯାହା ପୁଲିସ ପାଇଁ ଚିନ୍ତାର ବିଷୟ ପାଲିଟିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ