Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଫୁଲ୍ଲ କୁମାର ମଲ୍ଲିକ କହିଛନ୍ତି ଯେ, ତାଙ୍କୁ ନିଲମ୍ବିତ କରାଯାଇନି, ବରଂ ସେ ଆଗରୁ ଦେବୀ ମିଶ୍ରଙ୍କ ପାଖକୁ ଇସ୍ତଫା ପତ୍ର ପଠାଇଥିଲେ

ପ୍ରଫୁଲ୍ଲ କୁମାର ମଲ୍ଲିକ କହିଛନ୍ତି ଯେ, ତାଙ୍କୁ ନିଲମ୍ବିତ କରାଯାଇନି, ବରଂ ସେ ଆଗରୁ ଦେବୀ ମିଶ୍ରଙ୍କ ପାଖକୁ ଇସ୍ତଫା ପତ୍ର ପଠାଇଛନ୍ତି। କଥା ଏଇଠି ସରିନାହିଁ। ପ୍ରଫୁଲ୍ଲ କୁମାର ମଲ୍ଲିକ କହିଛନ୍ତି ପ୍ରତାପ ଜେନାଙ୍କୁ କାହିଁକି ମନ୍ତ୍ରିମଣ୍ଡଳରୁ କଢ଼ା ଯାଇଥିଲା, ତାଙ୍କୁ କାହିଁକି ଗତ ନିର୍ବାଚନରେ ବିଜେଡି ଟିକେଟ୍ ଦେଇନଥିଲା, ସେ କଥା ଆଗେ ଜଣାନ୍ତୁ। ମୋ ଆଗରେ ପ୍ରତାପ ଜେନା କିଛି ନୁହନ୍ତି। ଖାଲି ସେତିକି ନୁହେଁ, ସେ ଆହୁରି କହିଛନ୍ତି, ବିଜେଡିରେ ଏକଛତ୍ରବାଦ ଚାଲିଛି। କାରଣ ଯଦି ମୁଁ ଦଳବିରୋଧୀ କାର୍ଯ୍ୟ କରୁଥିଲି, ତେବେ ମୋତେ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥାନ୍ତା, କିନ୍ତୁ ସେଭଳି ହେଲାନି।

ଏଭଳି ଦଳୀୟ ଅନ୍ତର୍କନ୍ଦଳ ସାମ୍ନାକୁ ଆସିବା ବେଳକୁ ବିଜେଡି ମୁଖପାତ୍ର ଲେନିନ ମହାନ୍ତି ଚେତାବନୀ ଦେଇ କହିଲେଣି ଅନ୍ୟ ଯେଉଁମାନେ ଏପରି କରୁଛନ୍ତି, ସେମାନଙ୍କ ପାଇଁ ଦୃଷ୍ଟାନ୍ତମୂଳକ ପଦକ୍ଷେପ। ଅନ୍ୟ ବି ଯେଉଁମାନେ ଦଳ ବିରୋଧୀ କାର୍ଯ୍ୟ କରୁଛନ୍ତି ଶୃଙ୍ଖଳା କମିଟି ନଜର ରଖିଛି। କିଏ କଣ କରୁଛନ୍ତି, ସେହି ଆଧାରରେ କାର୍ଯ୍ୟାନୁଷ୍ଠାନ ହେବ। ହେଲେ ଯେଉଁ ନେତାମାନେ ଦଳ ଓ ନେତୃତ୍ବ ବିରୋଧରେ ପରୋକ୍ଷ ବା ପ୍ରତ୍ୟକ୍ଷ ଭାବେ ବିଷୋଦ୍ଗାର କରୁଛନ୍ତି, ସେମାନେ ଏହି ଚେତାବନୀକୁ କଣ ଡରିବେ?

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ