Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଲକ୍ଷ୍ମୀ ବିକାଶ ଗୃପ ଅଫ ଇନଷ୍ଟିଚ୍ୟୁସନରେ ସ୍ଵେଚ୍ଚ୍ହାସେବିଙ୍କ ଦିଗ ଦର୍ଶନ କାର୍ଯ୍ୟକ୍ରମ।

କଳାହାଣ୍ଡି,୧୫/୦୯
ଭବାନୀପାଟଣା ସ୍ଥିତ ଲକ୍ଷ୍ମୀ ବିକାଶ ଗୃପ ଅଫ ଇନଷ୍ଟିଚ୍ୟୁସନର ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ର ଏନ ଏସ ଏସ କୋ ୟୁନିଟ ପକ୍ଷରୁ ସ୍ଵେଚ୍ଛାସେଵୀଙ୍କ ଦିଗ ଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଏନ ଏସ ଏସ ଶ୍ରୀଯୁକ୍ତ ପ୍ରିୟବ୍ରତ ବାଣୁଆଁ ଓ ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ଜିଲ୍ଲା କାର୍ଯ୍ଯକ୍ରମ ଅଧିକାରୀ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଦାସ , ଲକ୍ଷ୍ମୀବିକାଶ ଗୃପ ଅଫ ଇନଷ୍ଟିଚ୍ୟୁସନ ନିର୍ଦ୍ଦେଶକ ଡି ଶ୍ୟାମ , ବିକାଶ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ଯୁବରାଜ ନାୟକ , ବିକାଶ ଆବାସିକ ବିଦ୍ୟାଳୟ ଅଧ୍ୟକ୍ଷା ସୁଶ୍ରୀ ଆରତି ମିଶ୍ର , ଉପାଧ୍ୟକ୍ଷ ନାରାୟଣ ମହାନ୍ତି ପ୍ରମୁଖ ମଞ୍ଚାସୀନ ଥିଲେ | ଜାତୀୟ ସେବା ଯୋଜନା ମାଧ୍ୟମରେ କିପରି ସ୍ୱେଚ୍ଛାସେବୀଙ୍କ ବ୍ୟକ୍ତିତ୍ବ ନିର୍ମାଣ ଓ ଆମର ପାରିପାର୍ଶ୍ଵିକ ତଥା ଦେଶର ବିଭିନ୍ନ ଆହ୍ଵାନରେ ନିଜକୁ ନିୟୋଜିତ କରିବାକୁ ସ୍ୱେଚ୍ଛାସେବୀ ମାନଙ୍କୁ ଉତ୍ସାହିତ କରି ଏନ ଏସ ଏସ ର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ | କାର୍ଯ୍ଯକ୍ରମକୁ ଏନ ଏସ ଏସ କାର୍ଯ୍ଯକ୍ରମ ଅଧିକାରୀ ଅଶ୍ବିନ କୁମାର ରାଉତ ପରିଚାଳନା କରିଥିବା ବେଳେ ଉପାଧ୍ୟକ୍ଷ ନାରାୟଣ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ | କାର୍ଯ୍ଯକ୍ରମରେ ସବ୍ୟସାଚୀ ବେହେରା , ତାନ୍ୟା ମିଶ୍ର , ରଞ୍ଜିତା ପଣ୍ଡା , ଗଣେଶ ପୃଷ୍ଟି, ତନ୍ମୟ ବେହେରା ପ୍ରମୁଖ ସହଯୋଗ କରିଥିଲେ |ପରେ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା |