Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋଦି ଜି ଙ୍କ ଜନ୍ମ ଦିନ ରେ “ଏକ ପେଡ ମା କେ ନାମ” ସାମୁହିକ ରେ ବୃକ୍ଷ ରୋପଣ।

କଳାହାଣ୍ଡି:ଆଜି ଦେଶ ର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ମୋଦି ଜି ଙ୍କ ୭୫ ତମ ଜନ୍ମ ଦିନ ଅବସରର ଦେଶବ୍ୟାପୀ ଅନେକ ଜନ ହିତକର ଯୋଜନା ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ଦେଶ ରେ ପରିବେଶ ସୁରକ୍ଷା ପାଇଁ ଏକ ପେଡ ମା କେ ନାମ କାର୍ଯ୍ୟକ୍ରମ ରେ ବୃକ୍ଷ ରୋପଣ କୁ ପ୍ରାଧାନ୍ୟତା ଦିଆଯାଇଛି।।ଆଜି ୭୫ ଲକ୍ଷ ବୃକ୍ଷ ରୋପଣ ନେଇ ସଂକଳ୍ପ କରାଯାଇଛି। ଏହି ସଂକଳ୍ପ ରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ପ୍ରଶାସନ ପକ୍ଷରୁ ସ୍ଥାନୀୟ ଡିଗ୍ରୀ ମହାବିଦ୍ୟାଳୟ ଠାରେ “ଏକ ପେଡ ମା କେ ନାମ” କାର୍ଯ୍ୟକ୍ରମ କୋକସରା କେନ୍ଦ୍ର ସମବାୟ ବ୍ୟାଙ୍କ ପକ୍ଷରୁ ଶାଖା ପରିଚାଳକ ଇନ୍ଦ୍ରମଣି ଧଙ୍ଗଡା ମାଝୀ ଙ୍କ ଅଧ୍ୟକ୍ଷତାରେ “ଏକ ପେଡ ମା କେ ନାମ” କାର୍ଯ୍ୟକ୍ରମ ସ୍ଥାନୀୟ କସ୍ତୁରବା ଖେଳ ପଡିଆ ରେ ମୁଖ୍ୟ ଅତିଥି ଭାବେ ସାଂସଦ ପ୍ରତିନିଧି ପ୍ରମୋଦ କୁମାର ପ୍ରଧାନୀ, ସମ୍ମାନିତ ଅତିଥି ଭାବେ କୋକସରା କୃଷି ସମବାୟ ସମିତିର ସଭାପତି କିଶୋର ଚନ୍ଦ୍ର ପ୍ରଧାନୀ,ପେକ୍ସ ସମ୍ପାଦକ ନିରଞ୍ଜନ ବାଗ, ବିକାଶ ପଣ୍ଡା, ପଦ୍ମନ ବାଗ, ରଞ୍ଜନ ପାଣିଗ୍ରାହୀ, କର୍ମଚାରୀ ଦିବସ ରାଉତ ପ୍ରମୁଖ ବୃକ୍ଷ ରୋପଣ କରିଥିଲେ। ଏହା ବ୍ୟତୀତ କୋକସରା ର ବିଭିନ୍ନ ଶିକ୍ଷାନୁଷ୍ଠାନ, ସରକାରୀ ବେସରକାରୀ କାର୍ଯ୍ୟାଳୟ ଠାରେ ସ୍ୱଚ୍ଛତା ପକ୍ଷ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।