Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅକ୍ଟୋବର ୧୨ରେ ଓସିଏସ୍‌ ପ୍ରିଲିମିନାରୀ ପରୀକ୍ଷା, ପ୍ରକାଶ ପାଇଲା ସୂଚୀ

ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ୱାରା ଆସନ୍ତା ଅକ୍ଟୋବର ୧୨ରେ ହେବାକୁ ଥିବା ଓଡ଼ିଶା ସିଭିଲ୍‌ ସର୍ଭିସ (ଓସିଏସ୍‌)ର ପ୍ରିଲିମିନାରୀ ପରୀକ୍ଷା ପାଇଁ ସୂଚୀ ପ୍ରକାଶ ପାଇଛି । ରାଜ୍ୟର ୬ଟି ଜୋନ୍‌ ଯଥା ବାଲେଶ୍ୱର, ଭୁବନେଶ୍ୱର, କଟକ, କୋରାପୁଟ, ସମ୍ବଲପୁର ଏବଂ ବ୍ରହ୍ମପୁରର ବିଭିନ୍ନ କେନ୍ଦ୍ରରେ ଏହି ପରୀକ୍ଷା ହେବ ।

ପରୀକ୍ଷାର୍ଥୀମାନେ ୧୨ ତାରିଖ ଦିନ ଦୁଇଟି ପର୍ଯ୍ୟାୟରେ ପରୀକ୍ଷା ଦେବେ । ପ୍ରଥମେ ପୂର୍ବାହ୍ଣ ୧୦ଟାରୁ ୧୨ ଯାଏ ଜେନେରାଲ୍‌ ଷ୍ଟଡିଜ୍‌-୧ ଏବଂ ଅପରାହ୍ଣ ୧.୩୦ ମିନିଟରୁ ୩.୩୦ ମିନିଟି ପର୍ଯ୍ୟନ୍ତ ଜେନେରାଲ୍‌ ଷ୍ଟଡିଜ୍‌- ୨ ବିଷୟରେ ପରୀକ୍ଷା ଦେବେ । ଏହାସହ ପରୀକ୍ଷାର୍ଥୀ ଆସନ୍ତା ଅକ୍ଟୋବର ୪ ତାରିଖରୁ ପରୀକ୍ଷା ପ୍ରବେଶପତ୍ର ତଥା ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ୍‌ କରିପାରିବେ ବୋଲି ଓପିଏସ୍‌ସି ଦ୍ୱାରା ବିଜ୍ଞପ୍ତି ପ୍ରକାଶ ପାଇଛି ।