ମୁଖ୍ୟମନ୍ତ୍ରୀଙ୍କୁ ସିଧା ସିଧା ପଚାରିଲେ ସୋଫିଆ, ରାଜନୀତିରେ ହଲଚଲ

ଓଡ଼ିଶା ସରକାର ବିଗତ ତିନୋଟି ବିତ୍ତୀୟ ବର୍ଷରେ ଟିଭି ଓ ଖବରକାଗଜ ବିଜ୍ଞାପନ ପାଇଁ ମୋଟ ୩୮୦.୯୫ କୋଟି ଟଙ୍କା ଖର୍ଚ୍ଚା କରିଛନ୍ତି। ଏନେଇ ନିଜେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କ ପ୍ରଶ୍ନରେ ଉତ୍ତର ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
୨୦୨୨-୨୩ ବିତ୍ତୀୟ ବର୍ଷରେ ବିଜ୍ଞାପନରେ ୮୬.୨୮ କୋଟି ଟଙ୍କା ଖର୍ଚ୍ଚା ହୋଇଥିବାବେଳେ ନିର୍ବାଚନ ବର୍ଷ ୨୦୨୩-୨୪ରେ ବୃଦ୍ଧି ପାଇ ୧୮୬.୬୦ କୋଟି ଟଙ୍କା ଯାଏ ଖର୍ଚ୍ଚ ହୋଇଛି।
ସେହିପରି ୨୦୨୪-୨୫ ବିତ୍ତୀୟ ବର୍ଷରେ ସରକାର ୧୦୮.୦୬ କୋଟି ଟଙ୍କା ବିଜ୍ଞାପନରେ ବ୍ୟୟ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ତିନୋଟି ବିତ୍ତୀୟ ବର୍ଷରେ ସମ୍ପୂର୍ଣ୍ଣ ବିଜ୍ଞାପନ ଖର୍ଚ୍ଚା ମଧ୍ୟରୁ ସର୍ବାଧିକ ୩୪୪.୩୦ କୋଟି ଟଙ୍କା ସମ୍ବାଦପତ୍ର ବିଜ୍ଞାପନରେ ବ୍ୟୟ ହୋଇଛି। ଏହାଛଡା ଇଲୋକ୍ଟ୍ରନିକ ମିଡିଆରେ ୨୦.୨୩ କୋଟି ଏବଂ ହୋର୍ଡିଙ୍ଗଗୁଡ଼ିକରେ ୧୬.୪୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।