ଭାରସାମ୍ୟ ହରାଇ କଟକରୁ ସମ୍ବଲପୁର ଅଭିମୁଖେ ଯାଉଥିବା ଟ୍ୟାଙ୍କର ଓଲଟିଲା : ପେଟ୍ରୋଲ ବୋହିନେଲେ ଲୋକ

ଭାରସାମ୍ୟ ହରାଇ ଓଲଟିଲା ପେଟ୍ରୋଲ ବୋଝେଇ ଟ୍ୟାଙ୍କର । ଡ୍ରାଇଭର ହେଲପର ଗୁରୁତର। ଘଟଣା ସ୍ଥଳରୁ ବାଲଟି ଯୋଗେ ପେଟ୍ରୋଲ ବୋହିନେଲେ ଲୋକ । କଟକରୁ ସମ୍ବଲପୁର ଅଭିମୁଖେ ଯାଉଥିବା ଟ୍ୟାଙ୍କରଟି ଯୁଯୁମୁରା ଥାନା କୟାକୁଦ ବ୍ରିଜପାଖରେ ଓଲଟି ପଡିଥିଲା । ଟ୍ରକର ଡ୍ରାଇଭର ଓ ହେଲପର ଆହତ ହୋଇଥିବା ବେଳେ ସେମାନଙ୍କୁ ସମ୍ବଲପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଘଟଣା ସ୍ଥଳରେ ଦେଖିବାକୁ ମିଳିଥିଲା ଅଜବ ଦୃଶ୍ୟ । ଲୋକେ ଗାଡିରୁ ବାଲଟି ବାଲଟି ପେଟ୍ରୋଲ ବୋହି ନେଉଥିବା ଦେଖିବାକୁ ମିଳିଥିଲା । ପୋଲିସ ଓ ଦମକଳ ବାହିନୀ କର୍ମଚାରୀ ମଧ୍ୟ ପ୍ରେଟ୍ରୋଲ ବୋହୁଥିବା ଦେଖିବାକୁ ମିଳିଥିଲା ।