Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜ୍ଞାନ ସେମିନାର ପାଇଁ କଳାହାଣ୍ଡି ରୁ ରାଜ୍ୟ ସ୍ତର କୁ ଛାତ୍ରୀ ଅଙ୍କିତା ପଟ୍ଟନାୟକ ମନୋନୀତ।

କଳାହାଣ୍ଡି୨୦/୦୯
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଜବାହାର ଉଚ୍ଚ ବିଦ୍ୟାଳୟ ର ନବମ ଶ୍ରେଣୀର ଛାତ୍ରୀ ଅଙ୍କିତା ପଟ୍ଟନାୟକ ରାଜ୍ୟ ସ୍ତରୀୟ ବିଜ୍ଞାନ ସେମିନାର ପାଇଁ କଳାହାଣ୍ଡି ଜିଲ୍ଲା ରୁ ଜିଲ୍ଲା ସ୍ତରରେ ମନୋନୀତ ହୋଇ ରାଜ୍ୟ ସ୍ତର କୁ ଯୋଗ୍ୟ ବିବେଚିତ ହୋଇଥିବା ଜଣାପଡିଛି। କୋକସରା ଜବାହାର ଉଚ୍ଚ ବିଦ୍ୟାଳୟ ରୁ ବ୍ଲକ ସ୍ତରୀୟ ବିଜ୍ଞାନ ସେମିନାର ରେ ସେ ମନୋନୀତ ହୋଇ ଶନିବାର ମାଣିକେଶ୍ୱରୀ ହାଇସ୍କୁଲ ରେ ଆୟୋଜିତ ଜିଲ୍ଲା ସ୍ତରୀୟ ସେମିନାର ରେ ଭାଗ ନେଇ ଜିଲ୍ଲା ସ୍ତରରେ ପ୍ରଥମ ହୋଇ ରାଜ୍ୟ ବିଜ୍ଞାନ ସେମିନାର ପାଇଁ ମନୋନୀତ ହୋଇଛନ୍ତି ।ଆଗାମୀ ଦିନରେ ସେ ରାଜ୍ୟ ସ୍ତରୀୟ ସେମିନାର ରେ ଭାଗ ନେବେ।ଏହା ପୂର୍ବରୁ ସେ ରାଜ୍ୟ ସ୍ତରୀୟ ୨୦୨୪ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ବକୃତା ବିଭାଗ ରେ ଭାଗ ନେଇଥିଲେ। ଛାତ୍ରୀ ଅଙ୍କିତା ଙ୍କ ଏହି ସଫଳତା ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡା ସମେତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଶୁଭେଚ୍ଛା ଜଣାଇଛନ୍ତି।