ଲକ୍ଷ୍ମୀ ବିକାଶ ସ୍ନାତକ ମହାବିଦ୍ୟାଳୟରେ ନୂଆଁଖାଇ ଭେଟଘାଟ।

କଳାହାଣ୍ଡି: ଲକ୍ଷ୍ମୀ ବିକାଶ ସ୍ନାତକ ମହାବିଦ୍ୟାଳୟ ପରିସରରେ ପଶ୍ଚିମ ଓଡିଶାର ଗଣପର୍ଣ ନୂଆଁଖାଇ ଭେଟ ଘାଟ ଅନୁଷ୍ଟିତ ହୋଇଯାଇଛି |ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ସଂସ୍କୃତି ବିଭାଗ ଅଧିକାରୀ ଶ୍ରୀ ବିବେକାନନ୍ଦ ମହାନନ୍ଦ ଯୋଗଦେଇଥିବା ବେଳେ , ସମ୍ମାନିତ ଅତିଥି ଭାବେ କାରୁଣ୍ଡ କଳା ମଞ୍ଚର ନିର୍ଦ୍ଦେଶକ ଶ୍ରୀ ପ୍ରଦୀପ ଧଙ୍ଗଡାମାଝି , ଲକ୍ଷ୍ମୀ ବିକାଶ ଗୃପ ଅଫ ଇନଷ୍ଟିଚ୍ୟୁସନର ଚେୟାରମ୍ୟାନ ଡି ନାଗେଶ୍ଵର ରାଓ , ନିର୍ଦ୍ଦେଶକ ଡି ରାମ କୁମାର, ପରିଚାଳନା ମଣ୍ଡଳୀ ସଦସ୍ୟା ଡି ପଦ୍ମିନୀ, ବି ବି ଏ ବି ସି ଏ ଅଧ୍ୟକ୍ଷ ଡ ସୁଦୀପ୍ତ ଜେନା , ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ ଆଦିତ୍ଯ ପଟ୍ଟନାୟକ , ବିକାଶ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ଅଧ୍ୟକ୍ଷ ଯୁବରାଜ ନାୟକ ପ୍ରମୁଖ ଯୋଗ ଦେଇଥିଲେ |
ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ ଏଭଳି କାର୍ଯ୍ଯକ୍ରମ ବିଦ୍ୟାର୍ଥୀ ମାନଙ୍କ ସାଂସ୍କୃତିକ ଓ ଐତିହାସିକ ଜ୍ଞାନ ବୃଦ୍ଧି କରିବା ସହ ମନରେ ସାମାଜିକ ପ୍ରତିବଦ୍ଧତା ଭାବନା ସୃଷ୍ଟି କରିଥାଏ ବୋଲି ଦର୍ଶାଇ ଥିଲେ | ସମ୍ମାନିତ ଅତିଥି ଶ୍ରୀ ପ୍ରଦୀପ ଧଙ୍ଗଡାମାଝି ଏଭଳି କାର୍ଯ୍ଯକ୍ରମ ବିଦ୍ୟାର୍ଥୀଙ୍କ ସୃଜନଶୀଳତାକୁ ବୃଦ୍ଧି କରିବା ସହ ଐତିହ୍ୟର ସଂରକ୍ଷଣ ରେ ସହାୟକ ହୋଇଥାଏ ବୋଲି ପ୍ରକାଶ କରିଥିଲେ | ଏହି ଅବସରରେ ଅନୁଷ୍ଠାନର ଚେୟାରମ୍ୟାନ ଡି ନାଗେଶ୍ଵର ରାଓ , ନିର୍ଦ୍ଦେଶକ ଡି ରାମ କୁମାର , ପରିଚାଳନା ମଣ୍ଡଳୀ ସଦସ୍ୟା ଡି ପଦ୍ମିନୀ ବିଦ୍ୟାର୍ଥୀଙ୍କୁ ପ୍ରେରଣା ଦାଯକ ବକ୍ତବ୍ୟ ପ୍ରଦାନ କରିଥିଲେ | ବ୍ୟଙ୍ଗ କବି ଶୁଶାନ୍ତ ମିଶ୍ର ଙ୍କ ଦ୍ଵାରା ଅନେକ ହାସ୍ୟ ରସାତ୍ମକ କଳା ପ୍ରଦର୍ଶନ କରଯାଇଥିଲା | ‘ପ୍ରତିଭା’ ସଂସ୍କୃତିକ ଅନୁଷ୍ଠାନର କଳାକାର ମାନେ ନିକଟରେ ମସ୍କୋ ଏବଂ ମହାବୀର ସଂସ୍କୃତିକ ଅନୁଷ୍ଠାନର ର କଳାକାର ମାନେ ଜାପାନ ଯାଇ ସମ୍ବଲପୁରୀ ନୃତ୍ୟ ପ୍ରଦର୍ଶିତ କରି ଉଚ୍ଚ ପ୍ରସଂଶିତ ହୋଇଥିଲେ | ସେହି କଳାକାର ମାନଙ୍କୁ ବିକାଶ ଅନୁଷ୍ଠାନ ତରଫରୁ ସମ୍ମାନିତ କରାଯାଇଥିଲା | ନୂଆଁଖାଇ ଭେଟ ଘାଟ ର ମୁଖ୍ୟ ଆକର୍ଷଣ ସାଜିଥିଲା ବିଦ୍ୟାର୍ଥୀଙ୍କ ଦ୍ଵାରା ପ୍ରଦର୍ଶିତ ଘୁମୁରା , ବଜାଶାଳ , ନାଟିକା ।
ଏହି କାର୍ଯ୍ୟକ୍ରମରେ ଡ଼ ଆଦିତ୍ଯ ପଟ୍ଟନାୟକ ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ଡ ସୁଦୀପ୍ତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ | କର୍ୟ୍ଯକ୍ରମକୁ ସଫଳ କରିବାରେ ଅନୁଷ୍ଠାନର ସମସ୍ତ କର୍ମଚାରୀଙ୍କ ସହଯୋଗ ରହିଥିଲା |