Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାସ୍ତା ନିର୍ମାଣ ଦାବି ରେ ୧୭ ଗ୍ରାମବାସୀ ଙ୍କ ରାସ୍ତା ଅବରୋଧ।

କଳାହାଣ୍ଡି:କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ପୋଖରୀବନ୍ଦ ଛକରେ ରାସ୍ତାରୋକ କରାଯାଇଛି।ରାସ୍ତା ନିର୍ମାଣ ଦାବିରେ ରାସ୍ତାରୋକ ପୋଖରୀବନ୍ଦ ଛକରେ ରାସ୍ତାରୋକ ଆନ୍ଦୋଳନ। ଭବାନୀପାଟଣା -ରାୟଗଡା ୬ନମ୍ବର ରାଜ୍ୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଲାଞ୍ଜିଗଡ଼ ବ୍ଳକ ପୋଖରୀବନ୍ଧ ପଞ୍ଚାୟତ ର ୧୭ ଗାଁ କୁ ଆଜି ପର୍ଯ୍ୟନ୍ତ ଭଲ ରାସ୍ତା ନିର୍ମାଣ ହୋଇପାରିଲା ନାହିଁ। ବାରମ୍ବାର ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ ପରେ ଆଜି ପର୍ଯ୍ୟନ୍ତ କେହି କର୍ଣ୍ଣପାତ କଲେ ନାହିଁ। ଯାହାଫଳରେ ଆଜି ରାସ୍ତା ରୋକ୍ କରି ଆନ୍ଦୋଳନ ରେ ବସିଛନ୍ତି। ଫଳରେ ଏହି ରାସ୍ତା ଦେଇ ଗାଡିମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଛି।