Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁସ୍ଥ ନାରୀ, ଶଶକ୍ତ ପରିବାର ଅଭିଯାନ ଆନୁକୂଲ୍ୟରେ କୋକସରା ସିଏଚସି ରେ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ।

କଳାହାଣ୍ଡି,୨୩/୦୯
କେନ୍ଦ୍ର ଓ ରାଜ୍ୟ ବିଜେପି ସରକାର ପକ୍ଷରୁ ମହିଳା ଙ୍କ ସ୍ୱାସ୍ଥ୍ୟବସ୍ଥା କୁ ପ୍ରାଧାନ୍ୟତା ଦେଇ ସୁସ୍ଥ ନାରୀ ଶଶକ୍ତ ପରିବାର କାର୍ଯ୍ୟକ୍ରମ ସାରା ଦେଶରେ ୧୭ ସେପ୍ଟେମ୍ବର ରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଆୟୋଜିତ କରାଯାଉଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର କୋକସରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୁସ୍ଥ ନାରୀ ଶଶକ୍ତ ପରିବାର ଅଭିଯାନ ସ୍ୱାସ୍ଥ୍ୟ ଶିବିର କାର୍ଯ୍ୟକ୍ରମ କୁ ସିଏଚସି ଅଧିକାରୀ ଡାକ୍ତର ତତ୍ୱଦର୍ଶୀ ଦାସ ଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନ ରେ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ରେ ବ୍ଲକ ର ବିଭିନ୍ନ ପଞ୍ଚାୟତ ରୁ ଶତାଧିକ ମହିଳା, ପୁରୁଷ, ଶିଶୁ ରୋଗୀ ସ୍ୱାସ୍ଥ୍ୟ ଶିବିର ରେ ନାମ ପଞ୍ଜିକରଣ କରି ସ୍ୱାସ୍ଥ୍ୟ ସେବା ପାଇଥିଲେ।ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ମୁଖ୍ୟାଳୟ ରୁ ସ୍ତ୍ରୀ ଓ ପ୍ରସୂତି ବିଭାଗ ବିଶେଷଜ୍ଞ ଡାକ୍ତର ବର୍ଷା ପ୍ରିୟଦର୍ଶିନୀ,ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଭଗବାନ ପଣ୍ଡା, ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସୂର୍ଯ୍ୟକାନ୍ତ ବେହେରା,ଦାନ୍ତ ବିଶେଷଜ୍ଞ ଡାକ୍ତର ସ୍ୱପ୍ନାଶ୍ରୀ ବେହେରା,ଭିବିଡିସି ଦିନେଶ ପ୍ରହରାଜ, ଡ଼ିଏମଆରସିଏଚ ରଞ୍ଜନ ରଶ୍ମି ମହାନ୍ତି ଓ ଅନ୍ୟ ବିଭାଗୀୟ ବିଶେଷଜ୍ଞ ଡାକ୍ତର ମାନେ ସ୍ୱାସ୍ଥ୍ୟ ଶିବିର ରେ ଯୋଗଦେଇ ରୋଗୀ ଙ୍କ ପରୀକ୍ଷା ସହ ପରାମର୍ଶ ଦେଇଥିଲେ।
କାର୍ଯ୍ୟକ୍ରମ କୁ ସୁଚାରୁ ରୂପେ ପରିଚାଳନା ରେ ଜନସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଶର୍ମିଳା ଛାତ୍ରୀଆ, ବିପିଏମ ସୁରଜିତ ସିଂ କୁମାର, ସ୍ୱାସ୍ଥ୍ୟ ପରିଦର୍ଶକ କେତନ ପାତ୍ର, ଫାର୍ମାସିଷ୍ଟ ସୁଧୀର କୁମାର ଧଙ୍ଗଡା ମାଝୀ, ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ କେତନ ପାତ୍ର,ଭିଭିଡିଏସ ଦୁଷ୍ମନ୍ତ ରାଉତ, ଏଚଆଇଭି ପରାମର୍ଶଦାତା ଝସ କେତନ ବାରିକ ସମେତ ମହିଳା,ପୁରୁଷ ସ୍ୱାସ୍ଥ୍ୟ କର୍ମି, ସିଏଚଓ ସମେତ ସ୍ୱାସ୍ଥ୍ୟ ସେବିକା,ଆଶା କର୍ମି ମାନେ ଉପସ୍ଥିତ ରହି ସ୍ୱାସ୍ଥ୍ୟ ଶିବର କୁ ଆସିଥିବା ରୋଗୀ ଙ୍କୁ ସହଯୋଗ କରିଥିଲେ।ରାଜ୍ୟ ସରକାରଙ୍କ ଏହି ମହତକାଂକ୍ଷି ଯୋଜନା କୁ ସ୍ୱାସ୍ଥ୍ୟ ଶିବିର କୁ ଆସିଥିବା ରୋଗୀ ମାନେ ସାଧୁବାଦ ଜଣାଇଥିଲେ।