ହ୍ୟାଣ୍ଡ ବଳ ରେ ଚମକିଲେ ଜବାହାର ଉଚ୍ଚ ବିଦ୍ୟାଳୟ ର ୭ ଛାତ୍ର, ଅଣ୍ଡର ୧୭ ହ୍ୟାଣ୍ଡବଳ ପାଇଁ ଜିଲ୍ଲା ରୁ ରାଜ୍ୟ ସ୍ତରକୁ ମନୋନୀତ।

କଳାହାଣ୍ଡି,୨୩/୦୯
ପୁଣିଥରେ ଚମକିଲେ କୋକସରା ଜବାହର ଉଚ୍ଚ ବିଦ୍ୟାଳୟ ର ଛାତ୍ର ଅଣ୍ଡର ୧୭ ପର୍ଯ୍ୟାୟରେ ବିଦ୍ୟାଳୟ ର ୭ ଜଣ ଛାତ୍ର। ଜବାହର ଉଚ୍ଚ ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ଅମିତ କୁମାର ମହାନ୍ତି ଙ୍କ ପ୍ରଶିକ୍ଷଣ ରେ ଧର୍ମଗଡ ଠାରେ ଆୟୋଜିତ ଜିଲ୍ଲା ସ୍ତରୀୟ ହ୍ୟାଣ୍ଡବଳ ରେ ଭାଗ ନେଇ ସଫଳତାର ସହ ରାଜ୍ୟ ସ୍ତରୀୟ କ୍ରୀଡା ରେ ଭାଗ ନେବାପାଇଁ ମନୋନୀତ ହୋଇଛନ୍ତି। ସେମାନେ ହେଲେ ନରୋତ୍ତମ ପଟ୍ଟନାୟକ, ଅବିନାଶ ରାଉତ,ଗୁପ୍ତେଶ୍ଵର ଛତ୍ରୀଆ,କ୍ଷିତିଶ ପୁଝାରି, ନରୋତ୍ତମ ବାଗ,ସୁବ୍ରତ ପ୍ରଧାନ, ଅଂଶୁମାନ ନେଗି। ରାଜ୍ୟ ସ୍ତରୀୟ ହ୍ୟାଣ୍ଡ ବଳ ୨୪ ତାରିଖ ରୁ ୨୬ ତାରିଖ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ମହାତ୍ମାଗାନ୍ଧୀ ଷ୍ଟାଡିୟମରେ ଆୟୋଜିତ ହେଉଥିବା ବେଳେ ସେମାନେ ଭାଗ ନେବାପାଇଁ ମଙ୍ଗଳବାର ବ୍ରହ୍ମପୁର ଯାତ୍ରା କରିଛନ୍ତି । ଏନେଇ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି।ଜବାହର ଉଚ୍ଚ ବିଦ୍ୟାଳୟ ର ୭ ଛାତ୍ର ଏକକାଳୀନ ମନୋନୀତ ହେବାପରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡା ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ କ୍ରୀଡା ଶିକ୍ଷକ ଶ୍ରୀ ମହାନ୍ତି ଓ ଛାତ୍ର ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।