ଶ୍ରୀମୟୀ ମିଶ୍ର ବିଜେଡିରୁ ସସପେଣ୍ଡ, ‘ଧୃତରାଷ୍ଟ୍ର’ ଓ ‘ଭଣ୍ଡ ସନ୍ନ୍ୟାସୀ’ ପ୍ରସଙ୍ଗ ଉଠାଇଥିଲେ

ବିଜେଡିରୁ ଶ୍ରୀମୟୀ ମିଶ୍ର ସସ୍ପେଣ୍ଡ୍ । ବିଜେଡି ମହିଳା ଶାଖାର ସାଧାରଣ ସମ୍ପାଦିକା ଥିଲେ ଶ୍ରୀମୟୀ । ସୋସିଆଲ ମିଡିଆରେ ଟିପ୍ପଣୀକୁ ନେଇ ସେ ଚର୍ଚ୍ଚାରେ ଥିଲେ । ‘ଧୃତରାଷ୍ଟ୍ର’ ଓ ‘ଭଣ୍ଡ ସନ୍ନ୍ୟାସୀ’ ଆଦି ପ୍ରସଙ୍ଗ ଉଠାଇଥିଲେ ।
ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ଅନ୍ଧ ଧୃତରାଷ୍ଟ୍ର ନିଶାନାକୁ ନେଇ ଚର୍ଚ୍ଚାରେ ଥିଲେ । ଦୀର୍ଘଦିନର ନୀରବତା ପରେ ପ୍ରଥମ ଥର ପାଇଁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ନିଜ ଅସନ୍ତୋଷ ଝାଡିଥିଲେ ଏହି ନାରୀ ନେତ୍ରୀ। ଯଦିଓ ସେ ସିଧାସଳଖ କାହା ନାଁ ନେଇ ନଥିଲେ, ତେବେ ଅଯୋଗ୍ୟ ରାଜା କହି ସେ ଟାର୍ଗେଟ କରିଥିଲେ।