ବିଜେଡି ସରକାର ଶୀତଳ ଭଣ୍ଡାର କଲେ ନାହିଁ, ଆମେ ସବୁ ସବଡିଭିଜନରେ ଶୀତଳ ଭଣ୍ଡାର କରିବୁ: କନକବର୍ଦ୍ଧନ @KVSinghDeo1

ବିଧାନସଭାରେ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପଚାରିଥିଲେ, ଯେଉଁ ସରକାର ସାର ଯୋଗାଇ ପାରିଲେନି ସେ ସରକାର ଶୀତଳ ଭଣ୍ଡାର କେମିତି କରିବେ। ଏହାର ଉତ୍ତରରେ ରାଜା ସ୍ୱାଇଁଙ୍କ ଉପରେ ଦୋଷ ଲଦିଲେ କେ ଭି ସିଂହଦେଓ। ସେ କହିଲେ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିଜେ କୃଷି ମନ୍ତ୍ରୀ ଥିବା ବେଳେ ତ ଶୀତଳ ଭଣ୍ଡାର କଲେ ନାହିଁ। ଆମ ସରକାର କରିବାକୁ ଚେଷ୍ଟା କଲା ବେଳେ ପ୍ରଶ୍ନ କରୁଛନ୍ତି। ଆମ ସରକାର ୨ ଲକ୍ଷ ମେଟ୍ରିକ ଟନରୁ ଅଧିକ ସାର ଚାଷୀଙ୍କୁ ଯୋଗାଇ ଦେଇଛନ୍ତି। ହେଲେ କୃତ୍ରିମ ଆନ୍ଦୋଳନ ସୃଷ୍ଟି କରାଯାଇଛି। ସାର ଆନ୍ଦୋଳନ ଯେଉଁଠି ହେଉଛି, କେତେ ବିଧାୟକ ଯାଇକି ସମୀକ୍ଷା କରିଛନ୍ତି। ଆପଣଙ୍କ ସମୟରେ ଶୀତଳ ଭଣ୍ଡାର କଲେ ନାହିଁ. ଆମେ କରିକି ଦେଖାଇବୁ।ସବୁ ସବଡ଼ିଭିଜନରେ ଶୀତଳ ଭଣ୍ଡାର କରିବୁ।