ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ପୂଜା ପାଇଁ ମିଳିବ ଆଗୁଆ ଦରମା

ଆଗକୁ ଦୁର୍ଗାପୂଜା ଆସୁଥିବା ବେଳେ ସରକାରୀ କର୍ମଚାରୀଙ୍କୁ ପୂଜା ଭେଟି ଦେଛନ୍ତି ମୁଖ୍ୟମନ୍ତ୍ରୀ। ପୂଜା ପାଇଁ ଆଗୁଆ ଦରମା ଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ସେପ୍ଟେମ୍ବର ମାସର ଦରମାକୁ ୨୬ ତାରିଖରେ ଦେବା ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ।
ଦୁର୍ଗାପୂଜା ପାଇଁ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ଆଗୁଆ ମିଳିବ ଦରମା। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଛି ଏହି ସ୍ୱତନ୍ତ୍ର ନିର୍ଦ୍ଦେଶନାମା। ଆସନ୍ତା ୨୭ ତାରିଖରୁ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଛୁଟି ରହିବ।