Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲା ସ୍ତରୀୟ ଆସ ସ୍କୁଲ ଯିବା ସଚେତନତା ପଦଯାତ୍ରା,ଅଧା ରୁ ପାଠ ଛାଡିଥିବା ପିଲାଙ୍କୁ ସ୍କୁଲ ମୁହାଁ ପାଇଁ ଅଣ୍ଟା ଭିଡ଼ିଲା ଶିକ୍ଷା ବିଭାଗ।

କଳାହାଣ୍ଡି,୨୪/୦୯
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟରେ ଅଧା ରୁ ପାଠ ଛାଡିଥିବା ଛାତ୍ରଛାତ୍ରୀ ଙ୍କୁ ପୁଣିଥରେ ସ୍କୁଲ ମୁହାଁ କରିବା ପାଇଁ ଆୟୋଜନ ହେଉଛି ଆସ ସ୍କୁଲ ଯିବା ସଚେତନତା ପଦଯାତ୍ରା କାର୍ଯ୍ୟକ୍ରମ।କଳାହାଣ୍ଡି ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ କୋକସରା ବ୍ଲକ ଠାରେ ଜିଲ୍ଲା ସ୍ତରୀୟ ଆସ ସ୍କୁଲ ଯିବା ପଦଯାତ୍ରା କାର୍ଯ୍ୟକ୍ରମ ବୁଧବାର କୋକସରା ସଦର ମହକୁମା ଜବାହର ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ରେ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ ଙ୍କ ସଭାପତିତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ କଳାହାଣ୍ଡି ପାୱାର ସଚିନ ପ୍ରକାଶ ଯୋଗଦେଇ ଜିଲ୍ଲା ରେ ଅଧା ରୁ ପାଠ ଛାଡିଥିବା ଛାତ୍ରଛାତ୍ରୀ ଙ୍କୁ ପୁଣିଥରେ ଶିକ୍ଷା ର ମୁଖ୍ୟ ସ୍ରୋତ ରେ ସାମିଲ ହେବାକୁ ନିବେଦନ କରିବା ସହ ନିଜ ପିଲା ଙ୍କୁ ଶିକ୍ଷା ରୁ ବଞ୍ଚିତ କରନ୍ତୁ ନାହଁ ବୋଳି କହିଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ସୂଚନା ମତେ ଜିଲ୍ଲା ରେ ୧୪୨୭୦ ଜଣ ଛାତ୍ରଛାତ୍ରୀ ଅଧା ରୁ ପାଠପଢା ରୁ ବଞ୍ଚିତ ଥିବା ବେଳେ ଶିକ୍ଷା ବିଭାଗ ର ପ୍ରୟାସ ରେ ବର୍ତ୍ତମାନ ସୁଦ୍ଧା ୩୩୦୦ ଜଣ ଛାତ୍ରଛାତ୍ରୀ ପୁଣି ଥରେ ଶିକ୍ଷା ର ମୁଖ୍ୟ ସ୍ରୋତ କୁ ଫେରିଛନ୍ତି ଓ ଆଗକୁ ଏହି ଧାରା ରେ ସମସ୍ତ ଙ୍କୁ ସାମିଲ କରିବା ପାଇଁ ଶିକ୍ଷା ବିଭାଗ ଚେଷ୍ଟା ଜାରି ରଖିବା ନେଇ ସୂଚନା ଦେଇଥିଲେ।ସମ୍ମାନିତ ଅତିଥି ଭାବେ ବିଡ଼ିଓ କୋକସରା ଡ଼. ହିମାଞ୍ଚଳ ମାଝୀ, ତହସିଲଦାର କ୍ଷୀରୋଦ ବିହାରୀ ଭାରତ ନାଗ,କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଉପସ୍ଥିତ ଥିଲେ। ଏହି ଅବସରରେ ଆସ ସ୍କୁଲ ଯିବା ଉଦ୍ଦେଶ୍ୟ ରେ ଜିଲ୍ଲାପାଳ ଙ୍କ ଏକ ଭିଡିଓ ବାର୍ତ୍ତା ଜାରି କରାଯାଇଥିଲା। କୋକସରା ବ୍ଲକ ର ଅଧା ରୁ ପାଠ ଛାଡିଥିବା କିଛି ଛାତ୍ରୀ ଙ୍କୁ ଜିଲ୍ଲାପାଳ ପାଠ୍ୟ ପୁସ୍ତକ ପ୍ରଦାନ କରିବା ସହ ପାଠ ପଢି ଆଗକୁ ବଢିବାକୁ ଉତ୍ସାହିତ କରିଥିଲେ । ପରେ ଉଚ୍ଚ ବିଦ୍ୟାଳୟ ଠାରୁ ଆସ ସ୍କୁଲ ଯିବା ସଚେତନତା ଅଭିଯାନ ବାର୍ତ୍ତା ନେଇ ଜିଲ୍ଲାପାଳ ସମେତ ସମସ୍ତ ପ୍ରଶାସନିକ ଅଧିକାରୀ, ଜନ ପ୍ରତିନିଧି, କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଲକ ରୁ ଆସିଥିବା ବ୍ଲକ ଶିକ୍ଷା ଅଧିକାରୀ, କୋକସରା ବ୍ଲକ ର ବିଭିନ୍ନ ବିଦ୍ୟାଳୟ ରୁ ଏହି କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିବା ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ମାନେ ଏକ ଶୋଭାଯାତ୍ରାରେ କୋକସରା ସହର ପରିକ୍ରମା କରି ଆସ ସ୍କୁଲ ଯିବା ନେଇ ସଚେତନ ବାର୍ତ୍ତା ଦେଇଥିଲେ ଓ ପଥପ୍ରାନ୍ତ ନାଟକ ରେ ଶିକ୍ଷା ର ଗୁରୁତ୍ୱ କୁ ଦର୍ଶାଇଥିଲେ। ମଞ୍ଚ ପରିଚାଳନା ରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ସାହୁ ସହଯୋଗ କରିଥିଲେ।କାର୍ଯ୍ୟକ୍ରମ ରେ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ହେମ ସାଗର ମହାନନ୍ଦ, କୋକସରା ବିଇଓ ମହେଶ କୁମାର ଭାଟି,ନର୍ଲା ବିଇଓ ତପିମଣି ଜାନୀ,ଜୁନାଗଡ ବିଇଓ ତପନ କୁମାର ମାଝୀ,ଗୋଳାମୁଣ୍ଡା ବିଇଓ ରାଜେଶ କୁମାର ନାଏକ,ବିଆରସିସି ତୋଫାନ ମାଝୀ,ନୋଡାଲ ସିଆରସିସି ବୈକୁଣ୍ଠ ଜାଲ, ପ୍ରଧାନ ଶିକ୍ଷକ ଜବାହର ଉଚ୍ଚ ବିଦ୍ୟାଳୟ ସୁଧୀର କୁମାର ପଣ୍ଡା, ସମସ୍ତ ସିଆରସିସି, କ୍ରୀଡା ଶିକ୍ଷକ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ। କୋକସରା ଥାନା ଅଧିକାରୀ ଜେ.ଏନ. ହୋତା ଙ୍କ ନେତୃତ୍ୱରେ ପୋଲିସ କର୍ମଚାରୀ ପଦଯାତ୍ରା ସମୟରେ ଟ୍ରାଫିକ ବ୍ୟବସ୍ଥା ପରିଚାଳନା କରିଥିଲେ।

More Stories