Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଣ୍ଡିତ ଦିନ ଦୟାଲ ଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳନ ଓ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ।

କଳାହାଣ୍ଡି,୨୫/୦୯
ମାନବବାଦ ର ପ୍ରତିଷ୍ଠାତା ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ ଙ୍କ ପବିତ୍ର ଜନ୍ମ ଜୟନ୍ତୀ ଅବସରରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଭାଜପା ପକ୍ଷରୁ କୋକସରା, ଆମପାଣି ଓ ମୋଟେର ମଣ୍ଡଳ ର କାର୍ଯ୍ୟକାର୍ତ୍ତା ମାନେ ଜନ୍ମ ଜୟନ୍ତୀ ପାଳନ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। କୋକସରା ସଦର ମହକୁମା ଜଗନ୍ନାଥ ମନ୍ଦିର ନିକଟରେ ଜିଲ୍ଲା ପ୍ରତିନିଧି ଦୁର୍ଗା ପ୍ରସାଦ ପ୍ରଧାନୀ ଙ୍କ ତତ୍ୱାବଧାନ ରେ ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ ଙ୍କ ଫୋଟୋଚିତ୍ର ରେ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ତାଙ୍କ ମାର୍ଗଦର୍ଶନ ରେ ନିଜକୁ ଅନୁପ୍ରାଣିତ କରିବା ପାଇଁ ସଂକଳ୍ପ ନେଇଥିଲେ। ଶ୍ରଦ୍ଧାଞ୍ଜଳି ଅର୍ପଣ କାର୍ଯ୍ୟକ୍ରମ ରେ ସାଂସଦ ପ୍ରତିନିଧି ପ୍ରମୋଦ କୁମାର ପ୍ରଧାନୀ, ସାଧାରଣ ସମ୍ପାଦକ ଶାରଳା ପ୍ରସାଦ ପ୍ରଧାନୀ, ମନୋଜ କୁମାର ନାଏକ, ନବୀନ କୁମାର ପ୍ରଧାନୀ,ଧର୍ମାନନ୍ଦ ନେଗି, ରଞ୍ଜିତ ପୋଢ଼,ରତନ ମାଝୀ, ନିଲା ଞ୍ଚଲ ରାଉତ,ନରେନ୍ଦ୍ର ପ୍ରଧାନୀ, ଭାବଗ୍ରାହୀ ପ୍ରଧାନୀ ପ୍ରମୁଖ ଉପସ୍ଥିତ ଥିଲେ।ପରେ ଜଗନ୍ନାଥ ମନ୍ଦିର ପରିସରରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେହିପରି କୋକସରା ମଣ୍ଡଳ ସଭାପତି ବସନ୍ତ ନାଗ ଙ୍କ ନେତୃତ୍ୱରେ ଗମ୍ଭାରୀଗୁଡା ଠାରେ ସ୍ଥାନୀୟ ସରପଞ୍ଚ ଇଶରାମ ସୁନାନୀ ଓ ଭାଜପା କର୍ମୀମାନେ ଜନ୍ମ ଜୟନ୍ତୀ ପାଳନ ସହ ସ୍ୱଚ୍ଛତା ପକ୍ଷ ପାଳନ କରିଛନ୍ତି। ଏହା ବ୍ୟତୀତ କୋକସରା, ମୋଟେର ଓ ଆମପାଣି ମଣ୍ଡଳ ର ବିଭିନ୍ନ ଶକ୍ତିକେନ୍ଦ୍ର ରେ ମଧ୍ୟ ଜନ୍ମ ଜୟନ୍ତୀ ପାଳନ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories