ବିଶ୍ୱ ଫାର୍ମାସି ଦିବସ ଅବସରରେ ବୃକ୍ଷ ରୋପଣ।

କଳାହାଣ୍ଡି,୨୫/୦୯
୨୫ ସେପ୍ଟେମ୍ବର ବିଶ୍ଵ ଫାର୍ମାସି ଦିବସ ଅବସରରେ କୋକସରା ବ୍ଲକ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ଆମପାଣି ନୂତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଫାର୍ମାସି ଦିବସ ପାଳନ ସହ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ରେ ବୃକ୍ଷ ରୋପଣ କରାଯାଇଛି। ଫାର୍ମାସି ଦିବସ ର କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଡାକ୍ତର ଧନେଶ୍ୱର ଟୁଡୁ ଉପସ୍ଥିତ ରହି ଫାର୍ମାସି ଦିବସ ର ଶୁଭେଚ୍ଛା ଜଣାଇବା ସହ ଏହି ସେବା ମନୋବୃତି କୁ ପାଥେୟ କରି ଲୋକଙ୍କ ସେବା କରି ଜଣେ ଉତ୍ତମ ଫାର୍ମାସିଷ୍ଟ ଭାବେ ନିଜ ପେଶା କୁ ସମ୍ମାନ।ଦେବାପାଇଁ ପରାମର୍ଶ ଦେଇଥିଲେ। ଏହି ଅବସରରେ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ରେ ଫାର୍ମାସିଷ୍ଟ ସୁଧୀର ଧଙ୍ଗଡାମାଝୀ,ସ୍ୱପେନ୍ଦୁ ମୁଣ୍ଡ, ଜିତେନ୍ଦ୍ର ନାରାୟଣ ଦାସ,ଧୀରେନ୍ଦ୍ର ନାଏକ ସମେତ ଆମପାଣି ସ୍ୱାସ୍ଥ୍ୟ କେନ୍ଦ୍ର ର କର୍ମଚାରୀ ମାନେ ଉପସ୍ଥିତ ଥିଲେ।