Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲଭ ସେକ୍ସ ଧୋକା, ମିଛ ପ୍ରେମ ଅଭିନୟ କରି  ଦୁଇଜଣ ମହିଳାଙ୍କୁ ବିବାହ କରିଥିଲେ

ମିଛ ପ୍ରେମର ଅଭିନୟ କରି  ଦୁଇଜଣ ମହିଳାଙ୍କୁ ବିବାହ କରିଥିଲେ । ସେମାନଙ୍କ  ଟଙ୍କାରେ ଅୟସ, ଆରାମ କରୁଥିଲେ । ହେଲେ  ସତ କେବେ ଲୁଚି ରହେନା । ଦିନେ ନା ଦିନେ ତାହା  ପ୍ରକାଶପାଏ । ଏହି ମିଛ ପ୍ରେମ ଘଟଣାର ଫର୍ଦ୍ଦାଫାସ  ହୋଇଛି । ଦୁଇ ମହିଳା ଏକାଠି ହେବା ପରେ ରଙ୍ଗିଲା  ସ୍ୱାମୀର ସବୁ କାରନାମା ପଦାରେ ପଡ଼ିଛି । ଶେଷରେ ଦୁଇ ପତ୍ନୀ ଭଦ୍ରକ ଏସ୍‌ପିଙ୍କ ନିକଟରେ ଫେରାଦ ହେବା ପରେ ରଙ୍ଗିଲା ସ୍ୱାମୀଙ୍କ ମିଛ ପ୍ରେମ ପଦାରେ ପଡ଼ିଛି ।  

ସୂଚନା ମୁତାବକ, ରଙ୍ଗିଲା ସ୍ୱାମୀ ଜଣକ ହେଲେ  ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଚୁନିଦା ରସିକବଭାର  ଅଞ୍ଚଳର ସିତାଂଶୁ ସେଖର । ସେ ବାଙ୍ଗାଲୁରୁରେ ଫୁଡ  ସେଲ୍ପ ଭାବେ କାର୍ଯ୍ୟ କରୁଛନ୍ତି । ୨୦୨୨ ମସିହାରେ  ସେ ବାଲେଶ୍ୱର ଜିଲ୍ଲାରୁ ପ୍ରଥମ ବିବାହ କରିଥିଲେ ।  ବିବାହ ପରେ ପ୍ରଥମ ପତ୍ନୀଙ୍କ  ନିକଟରୁ ସବୁ ଟଙ୍କା ଓ ଅଳଙ୍କାର  ନେଇଯାଇଥିଲେ । ପରେ ତାଙ୍କୁ  ଶାଶୂ ଘର ଲୋକ ମାଡ଼ ମାରି ଘରୁ  ତଡ଼ି ଦେଇଥିଲେ । ଏହି ଘଟଣା  ପରେ ସିତାଂଶୁ ଚରମ୍ପା ଅଞ୍ଚଳର  ଅନ୍ୟ ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ୨୦୨୪ ବିବାହ  କରିଥିଲେ । ତାଙ୍କ ନିକଟରୁ ୧୫  ଲକ୍ଷ ଟଙ୍କା ନେଇଯାଇଥିଲେ । ତେବେ ବିବାହର ୬ ମାସ ସିତାଂଶୁ ପୂର୍ବରୁ ବିବାହ କରିଥିବା ୨ୟ ପତ୍ନୀ ଜାଣିବାକୁ ପାଇଥିଲେ । ଏନେଇ ସେ ଶାଶୂଘର  ଲୋକଙ୍କୁ ପଚାରିଥିଲେ । ମାତ୍ର ଶାଶୂଘର ଲୋକ ଦ୍ୱିତୀୟ  ପତ୍ନୀଙ୍କୁ ନିର୍ଯାତନା ଦେବା ଆରମ୍ଭ କରିଥିଲେ । ଏହି  ଘଟଣା ଜଣାପଡ଼ିବା ପରେ ସିତାଂଶୁ  ଫେରାର ହୋଇ ବାହାରେ ରହୁଛନ୍ତି ।  

ଦ୍ୱିତୀୟ ପତ୍ନୀ ଏନେଇ  ପ୍ରଥମ ପତ୍ନୀଙ୍କ ସହ ଆଲୋଚନା  କରିଥିଲେ । ପରେ ସମସ୍ତ ଘଟଣା ଜଣାପଡ଼ିଥିଲା । ଗୁରୁବାର ଦୁଇ  ପତ୍ନୀ ଏସ୍‌ପି କାର୍ଯ୍ୟାଳୟକୁ ଆସି  ସିତାଂଶୁଙ୍କ ବିରୋଧରେ ଲିଖିତ  ଅଭିଯୋଗ କରିଥିଲେ । ଏହି ଦୁଇ  ମହିଳାଙ୍କ ବ୍ୟତୀତ ସିତାଂଶୁ ଏବେ  ଆଉ ଜଣେ ଯୁବତୀଙ୍କୁ ବିବାହ ପାଇଁ ଉଦ୍ୟମ କରୁଥିବା  ୨ୟ ପତ୍ନୀ ଅଭିଯୋଗ କରିଛନ୍ତି । ଏପରିକି ଏହି ଘଟଣା  ଆଗକୁ ନେଲେ ଅନ୍ତରଙ୍ଗ ଫଟୋକୁ ସୋସିଆଲ ମିଡିଆରେ  ଛାଡ଼ିଦେବାକୁ ସିତାଂଶୁ ଧମକ ଦେଉଥିବା ସେ କହିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ