Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସେବା ପକ୍ଷ ରେ ବିଜେପି କର୍ମକର୍ତ୍ତା ଙ୍କ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

କଳାହାଣ୍ଡି:ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ମୋଦି ଜି ଙ୍କ ଜନ୍ମ ଦିନ ସେପ୍ଟେମ୍ବର ୧୭ ଠାରୁ ଅକ୍ଟୋବର ୨ ତାରିଖ ସେବା ସପ୍ତାହ ଅବସରରେ ବିଭିନ୍ନ ଜନ ହିତକର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ସେବା ସପ୍ତାହ ଅବସରରେ ମା ପାଇଁ ଗଛ ଟିଏ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ କୋକସରା ଭାଜପା କର୍ମକର୍ତ୍ତା ପକ୍ଷରୁ ଲଡୁଗାଁ ଶିଶୁ ବିଦ୍ୟା ମନ୍ଦିର ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କୋକସରା ମଣ୍ଡଳ କୃଷକ ମୋର୍ଚ୍ଚା ସଭାପତି ସୁଶିଳ କୁମାର ପାଢ଼ୀ ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି କେଶରୀ ଦୁର୍ଗା, ଜିଲ୍ଲା ସମ୍ପାଦକ କୃଷକ ମୋର୍ଚ୍ଚା ସୁଧୀର ପଣ୍ଡା, ଜିଲ୍ଲା ପ୍ରତିନିଧି ଦୁର୍ଗା ପ୍ରସାଦ ପ୍ରଧାନୀ,ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ ଗଣେଶ ନନ୍ଦ,ମଣ୍ଡଳ ଉପ ସଭାପତି ଗୋପାଳ ଅଗ୍ରୱାଲ, ମଣ୍ଡଳ ସାଧାରଣ ସମ୍ପାଦକ ମନୋଜ କୁମାର ନାଏକ, ଶାରଳା ପ୍ରସାଦ ପ୍ରଧାନୀ,ଏସ ଟି ମୋର୍ଚ୍ଚା ସଭାପତି ମଦନ ପାତ୍ର, ସୁବାଷ ଦାସ, ଭାବଗ୍ରାହୀ ପାଣିଗ୍ରାହୀ, ଦୈତାରୀ ବାରିକ, ଦୁଷ୍ମନ୍ତ ପାଣିଗ୍ରାହୀ, ମୋତିଲାଲ ନାଏକ, ବିବେକ ଅଗ୍ରୱାଲ, ଶିଶୁ ବିଦ୍ୟା ମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ପର୍ଶୁରାମ ଦୁର୍ଗା ପ୍ରମୁଖ ଉପସ୍ଥିତ ରହି ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରି ପରିବେଶ ସୁରକ୍ଷା ବାର୍ତ୍ତା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories