Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୁଆଁ ସଂକଳ୍ପର ପଣ ରଖିଲେ ମୋଦୀ:ପୂର୍ବଦୋୟରୁ ଡବଲ ଇଞ୍ଜିନ ଦେବ ବିକାଶର ବାର୍ତ୍ତା-ପ୍ରଧାନମନ୍ତ୍ରୀ

ସମ୍ବଲପୁର,(ଆମରପାଲିରୁରାଜାରାମ ଷଡ଼ଙ୍ଗୀଙ୍କ ରିପୋର୍ଟ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନିକିଆ ଝାରସୁଗୁଡ଼ା ଗସ୍ତରେ ଆସି ସ୍ଥାନୀୟ ଅମରାପାଲି ପଡ଼ିଆଠାରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ କରି ଓଡିଶା ଦେଇଛନ୍ତି ଅନେକ ଭେଟି।ସଂକଳ୍ପର ପଣ ରଖି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ସମର୍ପଣ ଭାବନାରେ ନିରନ୍ତର ସେବା ସମୃଦ୍ଧି ପାଇଁ ଖୋଲୁଛି ରାସ୍ତା।ପୂର୍ବଦୋୟରୁ ଡବଲ ଇଞ୍ଜିନ ସରକାର ବିକାଶର ବାର୍ତ୍ତା ଦେଇ ୨୦୪୫ ସୁଦ୍ଧା ଭାରତ ହେବ ବିକଶିତ ରାଷ୍ଟ୍ର ଓ ଆତ୍ମ ନିର୍ଭରଶୀଳ ବୋଲି କହି ଉପସ୍ଥିତ ଜନତାଙ୍କ ଠାରୁ ଏହା ଜାଣିବାକୁ ଚାହିଁଥିଲେ।

ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ୧୭୦୦ କୋଟିରୁ ଅଧିକ ମୂଲ୍ୟର ରେଳ ପ୍ରକଳ୍ପ ଉପହାର ଦେଇଛନ୍ତି। ୬୦,୦୦୦ କୋଟିରୁ ଅଧିକ ମୂଲ୍ୟର ବିକାଶମୂଳକ କାର୍ଯ୍ୟର ଉଦ୍‌ଘାଟନ କରିଛନ୍ତି। ସାରା ଦେଶରେ ୯୭,୫୦୦ରୁ ଅଧିକ ଟେଲିକମ୍ ଟାୱାର କାର୍ଯ୍ୟକ୍ଷମ। ବ୍ରହ୍ମପୁର ଏବଂ ସୁରଟ ମଧ୍ୟରେ ଅମୃତ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ ଅମୃତ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ହୋଇଛି। ସମ୍ବଲପୁର ସିଟି ଏବଂ ସରଲା ମଧ୍ୟରେ ରେଳ ଫ୍ଲାଇଓଭର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। କୋରାପୁଟ-ବାଇଗୁଡ଼ା ରେଳ ଲାଇନ ଏବଂ ମାନାବାର-କୋରାପୁଟ-ଗୋରାପୁର ରେଳ ଲାଇନର ଦୋହରୀକରଣକୁ ଲୋକାର୍ପଣ କରିଛନ୍ତି। ଭୁବନେଶ୍ୱରରେ ସେମିକଣ୍ଡକ୍ଟର ଓ ଇଏସଡିଏମ ପାର୍କ ପ୍ରତିଷ୍ଠାର ଶିଳାନ୍ୟାସ କରିଛନ୍ତି।ଏପରିକି ରାଜ୍ୟ ସରକାରଙ୍କ ବିଶ୍ୱସ୍ତରୀୟ ଦକ୍ଷତା ବିକାଶ ପ୍ରକଳ୍ପର ମଧ୍ୟ ଶୁଭାରମ୍ଭ କରିଛନ୍ତି। 

ରାଜ୍ୟର ୧୩୦ଟି ଉଚ୍ଚଶିକ୍ଷାନୁଷ୍ଠାନରେ ୱାଇଫାଇ ସେବା ଉଦଘାଟନ ହୋଇଛି। ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ ଏଣ୍ଡ ରିସର୍ଚ୍ଚ (ଭୀମସାର) ସହ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲ (ଏମକେସିଜି) କଲେଜର ଉନ୍ନତୀକରଣ ପାଇଁ ପ୍ରସ୍ତୁତ ମାଷ୍ଟରପ୍ଲାନର ଲୋକାର୍ପଣ କରିଛନ୍ତି। ଅନ୍ତୋଦୟ ଗୃହ ଯୋଜନାରେ ୫୦ ହଜାର ପରିବାରକୁ ଗୃହ ର୍ନିମାଣ ପାଇଁ ମଞ୍ଜୁରି ପତ୍ର ପ୍ରଦାନ କରିଥିବା ବେଳେ ଝାରସୁଗୁଡା, ରାୟଗଡା, ବରଗଡ଼ ଓ କନ୍ଧମାଳ ଜିଲ୍ଲାର ହିତାଧିକାରୀ ଙ୍କୁ ନିଜ ହାତରେ ପ୍ରମାଣପତ୍ର ବଣ୍ଟନ କରିଥିଲେ। ଦେଶର ୮ଟି ଆଇଆଇଟିର କ୍ଷମତା ବୃଦ୍ଧି ପ୍ରକଳ୍ପର ଶିଳାନ୍ୟାସ ସହିତ ବିଏସଏନଏଲର ସାରା ଦେଶରେ ୪ଜି ସେବାର ଶୁଭାରମ୍ଭ କରି ମୋଦି କହିଛନ୍ତି ଟେଲିକମ ଦୁନିଆରେ ଭାରତ ଆଉ ପଛରେ ପଡ଼ିନାହିଁ, ହାତ ମୁଠାରେ ଭାରତକୁ ସମସ୍ତେ ନିଜର କରିବାକୁ ଏହା ଏକ ବଡ ଉଦ୍ୟମ ଓ ଏହି ସେବା ଦୁର୍ଗମ ଅଞ୍ଚଳ ପାଇଁ ହେବ ଏକ ବଡ ଆଶୀର୍ବାଦ।

ଏହି ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାବାସୀଙ୍କୁ ସମ୍ବୋଧନ କରି ପ୍ରଥମେ ଓଡ଼ିଶାର କଳାକୃତିକୁ ବିଶ୍ୱ ବିଖ୍ୟାତ ବୋଲି କହି ଉପସ୍ଥିତ ଚିତ୍ରଶିଳ୍ପୀଙ୍କୁ ସେମାନଙ୍କ ପ୍ରେମ ଓ ଶ୍ରଦ୍ଧା ପାଇଁ ସମ୍ମାନ ଜଣାଇଥିଲେ।ଏହା ସହ ନବରାତ୍ର ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୋଦି। ଦେଢ଼ ବର୍ଷ ପୂର୍ବେ ବିଧାନସଭା ନିର୍ବାଚନରେ ନୂଆ ସଂକଳ୍ପ ନେଇଛନ୍ତି ମୋଦି। ବିକଶିତ ଓଡ଼ିଶାର ସ୍ବପ୍ନ ନେବାକୁ ଶପଥ ନେଇଛନ୍ତି। ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଚାଲିଛି। ଆଜିଠୁ ସାରା ଦେଶରେ ଆଇଆଇଟି ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ ହୋଇଛି। ଆଜି ବ୍ରହ୍ମପୁର-ସୁରତ ଅମୃତ ଭାରତ ଏକ୍ପପ୍ରେସ ଶୁଭାରମ୍ଭ ହୋଇଛି। ସୁରତ ସହ ଆପଣଙ୍କ ସମ୍ପର୍କ କେତେ ଜରୁରୀ ତାହା ସମସ୍ତେ ଜାଣନ୍ତି ବୋଲି ମୋଦି ନିଜ ମୁହଁରେ କହି ପଶ୍ଚିମବଙ୍ଗ ପରେ ଗୁଜରାଟରେ ସର୍ବାଧିକ ଓଡ଼ିଆ ରହନ୍ତି ଓ ସେମାନଙ୍କ ପାଇଁ ଏହି ଏହି ଅମୃତ ଭାରତ ରେଳ ସେବା ଏକ ବରଦାନ ବୋଲି କହିଥିଲେ।ବିଜେପି ସରକାର ଏଯାବତ ୪ କୋଟି ଗରିବଙ୍କୁ ପକ୍କା ଘର ଦେଇଛନ୍ତି। ପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଶଂସନୀୟ କାର୍ଯ୍ୟ କରିଥିବା କହି ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରଶଂସା ରେ ପୋତି ଦେଇଥିଲେ। ଓଡ଼ିଶା ଲୋକଙ୍କ ସାମର୍ଥ୍ୟ ସହ ମୁଁ ପୂରା ସହମତ ବୋଲି ନିଜର ସ୍ବୀକାରୋକ୍ତି ଦେଇ
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ବିଗତ ଦଶନ୍ଧିରେ ଗରିବୀ ସହ ଲଢ଼ିଛନ୍ତି, ଏବେ ବିକାଶ ଦେଖିବେ। ଓଡ଼ିଶାରେ ଆଗାମୀ ଦିନରେ ୨ ସେମିକଣ୍ଡକ୍ଟର ୟୁନିଟ ହେବାକୁ ଯାଉଛି। ଏହି ସେମିକଣ୍ଡକ୍ଟରରୁ ବାହରୁଥିବା ଚିପ୍ସ ସବୁ କାର୍ଯ୍ୟରେ ଲାଗିବ। ଏହି ଛୋଟିଆ ଚିପ୍ସ ଫୋନ, ଟିଭି, ଫ୍ରିଜ, ଗାଡି ଭଳି ସବୁ ଦୈନନ୍ଦିନ ସାମଗ୍ରୀରେ ଲାଗିବ। ଚିପ୍ସ ଠାରୁ ଆରମ୍ଭ କରି ସିପ ପର୍ଯ୍ୟନ୍ତ ଭାରତ ସବୁଥିରେ ଆତ୍ମନିର୍ଭର ହେବ। ଆମ ଦେଶ କୌଣସି ଦେଶ ଉପରେ ନିର୍ଭର କରିବ ନାହିଁ। ସ୍ବଦେଶୀ ଜ୍ଞାନକୌଶଳରେ ସିପ ନିର୍ମାଣ ପାଇଁ ୧୭ ହଜାର କୋଟି ମଞ୍ଜୁର ହୋଇଛି। ଏଥିରୁ ସବୁଠୁ ବେଶୀ ଫାଇଦା ଯୁବପିଢ଼ି ପାଇବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଚାଷୀ, ମହିଳା, ଯୁବ ସମାଜ ସହିତ, ଗରୀବ, ନିଷ୍ପେସିତ, ନିରାଶ୍ରୟା ଓ ଦୁର୍ବଳ ଶ୍ରେଣୀ ତଥା ଆଦିବାସୀ ଓ ଦୁର୍ଗାମାଞ୍ଚଳକୁ ପ୍ରଧାନମନ୍ତ୍ରୀ ବହୁ ଗୁରତ୍ୱ ଦେଇ ସେମାନଙ୍କ ସାମାଜିକ ଜୀବନଧାରଣରେ ପରିବର୍ତ୍ତନ ଓ ଆର୍ଥିକ ସମୃଦ୍ଧି ଡବଲ ଇଂଜିନର ମୂଳମନ୍ତ୍ର ବୋଲି କହିଛନ୍ତି।

ଆୟୋଜିତ ଏହି ସମାବେଶରେ ଓଡିଶା ରାଜ୍ୟପାଳ ଡ଼ଃ. ହରିବାବୁ କମ୍ଭକପଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଆଦିବାସୀ ଓ ହରିଜନ ବିକାଶ ମନ୍ତ୍ରୀ ଜୁଏଲ ଓରାମ, ଓଡିଶା ର ୨ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ କନକ ବର୍ଦ୍ଦନ ସିଂଦେଓ, ସାଂସଦ ବୈଜୟନ୍ତ ପଣ୍ଡା, ପ୍ରଦୀପ ପୁରୋହିତ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରମୁଖ ଉପସ୍ଥିତ ଥିବା ବେଳେ ଆଭାସୀ ମାଧ୍ୟମରେ ଆନ୍ଦ୍ରପ୍ରଦେଶ, ଆସାମ, ଗୁଜୁରାଟ, ଜାମ୍ମୁ କାଶ୍ମୀର, ଉତ୍ତର ପ୍ରଦେଶ ଭଳି ୮ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବହୁ କେନ୍ଦ୍ରମନ୍ତ୍ରୀ ଏଥିରେ ଯୋଡି ହୋଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ