କୋକସରା ଶାରଦୀୟ ଦୁର୍ଗାପୂଜା, ଅଧିବାସ,କର୍ତ୍ତାବରଣ ଓ ବିଲ୍ଵ ବରଣ ପୂଜା ଆରମ୍ଭ।

କଳାହାଣ୍ଡି,୨୮/୦୯
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କୋକସରା ସଦର ମହକୁମା ଶାରଦୀୟ ଦୁର୍ଗାପୂଜା ୬୨ ବର୍ଷ ରେ ପଦାର୍ପଣ କରିଥିବା ବେଳେ ଚଳିତ ବର୍ଷ ମଧ୍ୟ ମହା ଆଡମ୍ବରରେ ଦୁର୍ଗା ପୂଜା ପାଇଁ ସମସ୍ତ ପ୍ରକାର କାର୍ଯ୍ୟ ସମ୍ପାଦନ ହୋଇ ସାରିଛି।ରବିବାର ରବିବାର ପିଠେ ସପ୍ତମୀ ତିଥିରେ କର୍ତ୍ତା ବରଣ ସହ ବିଲ୍ଵ ବରଣ ପୂଜାବିଧି ଅନୁଷ୍ଠିତ ହୋଇଛି। ଏହି କ୍ରମରେ ପୂଜା ମଣ୍ଡପ ନିକଟରୁ ଘଣ୍ଟୁଆ ଦଳ,ସଂକୀର୍ତ୍ତନ ଦଲ ର ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସାଂସ୍କୃତିକ ଦଳ ଗହଣରେ ସାର୍ବଜନୀନ ଦୁର୍ଗା ପୂଜା କମିଟି ର କର୍ମକର୍ତ୍ତା ଓ ଗ୍ରାମବାସୀ ମାନେ ଶୋଭାଯାତ୍ରା ବାହାରି କର୍ତ୍ତା ଘରକୁ ଯାଇଥିଲେ। ସେଠାରେ ପୂଜା କର୍ତ୍ତା କିଶୋର ଚନ୍ଦ୍ର ପ୍ରଧାନୀ ଓ ତାଙ୍କ ସହଧର୍ମିଣୀ ଶ୍ରୀମତୀ ସାରଙ୍ଗିନୀ ପ୍ରଧାନୀ ଙ୍କୁ ସ୍ବାଗତ କରା ଯାଇଥିଲା। ସେଠାରୁ ବାହାରି ପୂଜା ମଣ୍ଡପ ରେ ପହଞ୍ଚି ପୂଜା ପଣ୍ଡିତ ଙ୍କ ପୂଜାର୍ଚ୍ଚନା ପରେ ସ୍ଥାନୀୟ ପଦ୍ମ ସାଗର ପୋଖରୀ ରୁ ପୂଜାକର୍ତ୍ତା ପବିତ୍ର ଜଳ ଧାରଣ କରି ପୁଣିଥରେ ପୂଜା ମଣ୍ଡପ କୁ ଆସି ସ୍ଥାପନ କରିଥିଲେ। ପରେ ବିଲ୍ବ ବରଣ ପୂଜାବିଧି କରାଯାଇଥିଲା। ମୁଖ୍ୟ ପଣ୍ଡିତ ପ୍ରତାପ ପାଣିଗ୍ରାହୀ ଓ ସହଯୋଗୀ ପଣ୍ଡିତ ପ୍ରଦୀପ୍ତ ପାଟ୍ଟଯୋଶୀ ପୂଜାକାର୍ଯ୍ୟ ତୁଲାଇଥିଲେ।ସେବକ ଘନଶ୍ୟାମ ପ୍ରଧାନୀ ସହଯୋଗ କରିଥିଲେ। ସୋମବାର ଠାରୁ ମା ଙ୍କ ପୂଜା ରୀତିନୀତି ଅନୁସାରେ ଆରମ୍ଭ ହେବ। ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରତିଦିନ ସନ୍ଧ୍ୟାରେ ମନୋରଞ୍ଜନ ପାଇଁ ନାଟକ,ଘୁମୁରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବା ନେଇ ସୂଚନା ରହିଛି। ଦୁର୍ଗାପୂଜା କମିଟି ସଭାପତି କ୍ଷୀରସିନ୍ଧୁ ନେଗି ଉପ ସଭାପତି ଗୁଣନିଧି ବାଗ,ସମ୍ପାଦକ ଦୁଷ୍ମନ୍ତ ପାଟ୍ଟଯୋଶୀ,ସହ ସମ୍ପାଦକ ମାନସ ବେହେରା ଓ ଅନ୍ୟ କର୍ମକର୍ତ୍ତା ମାନେ ସୂଚନା ଦେଇଛନ୍ତି