ମୋଟେର ଶାରଦୀୟ ଦୁର୍ଗାପୂଜା, ଅଧିବାସ,କର୍ତ୍ତାବରଣ ଓ ବିଲ୍ଵ ବରଣ ପୂଜା ଆରମ୍ଭ।

କଳାହାଣ୍ଡି,୨୮/୦୯
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟେର ଗ୍ରାମ ର ଶାରଦୀୟ ଦୁର୍ଗାପୂଜା ଚଳିତ ବର୍ଷ ମଧ୍ୟ ମହା ଆଡମ୍ବରରେ ଦୁର୍ଗା ପୂଜା ପାଇଁ ସମସ୍ତ ପ୍ରକାର କାର୍ଯ୍ୟ ସମ୍ପାଦନ ହୋଇ ସାରିଛି।ରବିବାର କର୍ତ୍ତା ବରଣ ସହ ବିଲ୍ଵ ବରଣ ପୂଜାବିଧି ଅନୁଷ୍ଠିତ ହୋଇଛି। ଏହି କ୍ରମରେ ପୂଜା ମଣ୍ଡପ ନିକଟରୁ ସଂକୀର୍ତ୍ତନ ଦଲ ର ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସାର୍ବଜନୀନ ଦୁର୍ଗା ପୂଜା କମିଟି ର କର୍ମକର୍ତ୍ତା ଓ ଗ୍ରାମବାସୀ ମାନେ ଶୋଭାଯାତ୍ରା ବାହାରି କର୍ତ୍ତା ଘରକୁ ଯାଇଥିଲେ। ସେଠାରେ ପୂଜା କର୍ତ୍ତା ଶ୍ରୀ ରୋହନ ପାଟ୍ଟଯୋଶୀ ଓ ତାଙ୍କ ସହଧର୍ମିଣୀ ଶ୍ରୀମତୀ ନିହାରିକା ପାଟ୍ଟଯୋଶୀ ଙ୍କୁ ସ୍ବାଗତ କରା ଯାଇଥିଲା। ସେଠାରୁ ବାହାରି ପୂଜା ମଣ୍ଡପ ରେ ପହଞ୍ଚି ପୂଜା ପଣ୍ଡିତ ଙ୍କ ପୂଜାର୍ଚ୍ଚନା ପରେ ସ୍ଥାନୀୟ ପୋଖରୀ ରୁ ପୂଜାକର୍ତ୍ତା କଳସ ଯାତ୍ରା ରେ ପବିତ୍ର ଜଳ ଧାରଣ କରି ପୁଣିଥରେ ପୂଜା ମଣ୍ଡପ କୁ ଆସି ସ୍ଥାପନ କରିଥିଲେ। ପରେ ବିଲ୍ବ ବରଣ ପୂଜାବିଧି କରାଯାଇଥିଲା। ମୁଖ୍ୟ ପଣ୍ଡିତ ବୈଲୋଚନ ପଣ୍ଡା ଓ ସହଯୋଗୀ ପଣ୍ଡିତ ମାନେ ପୂଜାକାର୍ଯ୍ୟ ତୁଲାଇଥିଲେ। ସୋମବାର ଠାରୁ ମା ଙ୍କ ପୂଜା ରୀତିନୀତି ଅନୁସାରେ ଆରମ୍ଭ ହେବ। ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରତିଦିନ ସନ୍ଧ୍ୟାରେ ମନୋରଞ୍ଜନ ପାଇଁ ନାଟକ,ଘୁମୁରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବା ନେଇ ଦୁର୍ଗା ପୂଜା କମିଟି ପକ୍ଷରୁ ସୂଚନା ଦିଆଯାଇଛି।