Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁଣି ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ୍

ପୁଣି ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ୍। ଦୀର୍ଘ ୧୫ ମିନିଟ୍ ଧରି ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡିଛି। ଶ୍ରୀମନ୍ଦିର ସହିତ ଆନନ୍ଦ ବଜାର, ସ୍ନାନ ମଣ୍ଡପ ଉପରେ ଡ୍ରୋନ୍ ଉଡ଼ିଥିଲା। ଏପରିକି ଚୂନରା ସେବାୟତମାନେ ବାନା ପରିବର୍ତ୍ତନ କରୁଥିବା ସମୟରେ ଡ୍ରୋନ୍ ଦ୍ବାରା ସମସ୍ତ ଭିଡିଓ ନିଆଯାଇଥିବା ଦେଖିବାକୁ ମିଳିଛି। ନୋ ଫ୍ଲାଇଙ୍ଗ ଜୋନ୍ ରେ ବାରମ୍ବାର ଏଭଳି ଡ୍ରୋନ୍ ଉଡୁଥିବାରୁ ତାକୁ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠିଛି। ଡ୍ରୋନ୍ଟି କିଏ ଏବଂ କେଉଁଠାରୁ ଅପରେଟ୍ କରିଛି ତାହା ସ୍ପଷ୍ଟ ହୋଇନାହିଁ।

ତେବେ ବିଭିନ୍ନ ସମୟରେ ଶ୍ରୀମନ୍ଦିର ଉପରେ ବାରମ୍ବାର ଅବାଧରେ ଡ୍ରୋନ୍ ଉଡୁଥିବା ବେଳେ ଏହା ଉପରେ ପୋଲିସ ପକ୍ଷରୁ କୌଣସି ଅଙ୍କୁଶ ଲଗାଯାଇ ପାରୁନାହିଁ। ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଏହାକୁ ନେଇ ସେବାୟତ ଓ ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଦୀର୍ଘ ୧୫ ମିନିଟ୍ ଧରି ଶ୍ରୀମନ୍ଦିର ଉପରେ ଡ୍ରୋନ୍ କ୍ୟାମେରା ପଇଁତରା ମାରିଥିଲେ ମଧ୍ୟ ପୋଲିସ କିନ୍ତୁ ଏହାର ଟେର୍ ପାଇପାରିନାହିଁ। ସେପଟେ କେବେ ଆଣ୍ଟି ଡ୍ରୋନ୍ ଟେକ୍ନୋଲୋଜି ବ୍ୟବହାର ହେବ ତାକୁ ନେଇ ଉଠିଛି ପ୍ରଶ୍ନ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ