Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମା ସର୍ଵ ମଙ୍ଗଳା ଙ୍କ ବାର୍ଷିକ ଦଶରା ଓ ଛତର ଯାତ୍ରା, ହଜାର ହଜାର ଶ୍ରଦ୍ଧାଳୁ ଙ୍କ ସମାଗମ।

କଳାହାଣ୍ଡି,୩୦/୦୯ ସେ ହେଉଛନ୍ତି ଜଗତ ଜନନୀ ମା ଦୁର୍ଗା, ପାର୍ବଣ ଋତୁ ରେ ଧରାପୃଷ୍ଠ କୁ ଅବତରଣ କରି ବିଭିନ୍ନ ସ୍ଥାନରେ ଅନେକ ନାମରେ ପୂଜିତ ହେଉଛନ୍ତି ମା ଦଶଭୁଜା ଜଗତ କଲ୍ୟାଣି ମା ଦୁର୍ଗା।ପାର୍ବଣ ଋତୁ ବିଭିନ୍ନ ସ୍ଥାନରେ ବିଭିନ୍ନ ବେଶରେ ପୂଜା ମଣ୍ଡପ ରେ ମା ପୂଜା ପାଉଥିବା ବେଳେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଚିଲିଗୁଡା ଠାରେ ମା ସର୍ବ ମଙ୍ଗଳା ପ୍ରତିବର୍ଷ ଦଶରା ତିଥିରେ ଅଷ୍ଟମୀ ଛତର ରୂପରେ ଦର୍ଶନ ଦିଅନ୍ତି। ମା ଙ୍କ ଶକ୍ତିପୀଠ ର ମହିମା ହେଉଛି ଦେବୀ ଙ୍କ ଅନ୍ୟ ଛତର ଯାତ୍ରାରେ ଶକ୍ତିପୀଠ ରେ ପୀଠରେ ପଶୁପକ୍ଷୀ ବଳି ପଡୁଥିବା ବେଳେ ମା ସର୍ଵ ମଙ୍ଗଳା ଙ୍କୁ କେବଳ ଶୁକ୍ଲ ଭୋଗ ଦେଇ ଆଶୀର୍ବାଦ ଭିକ୍ଷା କରନ୍ତି ଶ୍ରଦ୍ଧାଳୁ। ମଙ୍ଗଳବାର ସକାଳୁ ଦେବୀ ଙ୍କ ଛତର ଯାତ୍ରା ପାଇଁ ଚଲ ଚଞ୍ଚଳ ହୋଇ ପଡ଼ିଥିଲା ଚିଲିଗୁଡା ଗ୍ରାମ। ଚିଲିଗୁଡା ର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା ସର୍ଵ ମଙ୍ଗଳା, ମା ଙ୍କ ଅପାର କରୁଣା ରୁ ଏହି ଅଞ୍ଚଳ ରେ ସୁଖ ସମୃଦ୍ଧି ରେ କେବେ ଉଣା ହୋଇନାହିଁ।ଯିଏ ମା ଙ୍କ ନିକଟରେ ଯାହା ବି ଅଲି କରେ ତାହା ନିଶ୍ଚୟ ଫଳପ୍ରଦ ହୁଏ ବୋଳି ସର୍ଵ ମାନ୍ୟତା ରହିଛି। ମା ଙ୍କ ଅନ୍ୟ ଏକ ମହିମା ହେଉଛି ଯେଉଁ ବିବାହିତା ମହିଳା ମାନେ ବିବାହ ର ଦୀର୍ଘବର୍ଷ ପରେ ମଧ୍ୟ ସନ୍ତାନ ସୁଖ ରୁ ବଞ୍ଚିତ ରହିଥାନ୍ତି, ମା ସର୍ଵ ମଙ୍ଗଳା ଙ୍କ ନିକଟରେ ଅଧିଆ ପଡି ମାନସିକ କରି ନିଷ୍ଠାର ସହ ବ୍ରତ ପାଳନ କଲେ ସନ୍ତାନ ପ୍ରାପ୍ତି ସୁଖ ଅବଶ୍ୟ ପ୍ରଦାନ ହୋଇଥାଏ ବୋଳି ମାନ୍ୟତା ରହିଛି। ଏଥିପାଇଁ ବର୍ଷ ସାରା ପ୍ରତି ମଙ୍ଗଳବାର ଦିନ ମା ଙ୍କ ମନ୍ଦିର ରେ ଅନେକ ମହିଳା ଶ୍ରଦ୍ଧାଳୁ ମାନେ ନିଜର ଦୁଖଃ ଜଣାଇବା ସହ ମାନସିକ ପୂରଣ ପାଇଁ ପୂଜାର୍ଚ୍ଚନା କରିଥାନ୍ତି।
ମା ସର୍ଵ ମଙ୍ଗଳା ଙ୍କ ବାର୍ଷିକ ଛତର ଯାତ୍ରା ପ୍ରତିବର୍ଷ ଦଶରା ଅଷ୍ଟମୀ ତିଥିରେ ମହା ଆଡମ୍ବରରେ ପାଳିତ ହୋଇ ଆସୁଛି। ଆଜି ମା ଙ୍କ ଛ ତ ର ଯାତ୍ରା ରେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ମୁଖ୍ୟ ପୁରୋଧା ଭାବେ ଯୋଗ ଦେଇ ମା ସର୍ଵ ମଙ୍ଗଳା ଙ୍କ ଛତର କୁ ପୂଜାର୍ଚ୍ଚନା ପରେ ଗ୍ରାମ ଗୌନ୍ତିଆ ଙ୍କ ଘରୁ ମନ୍ଦିର ଅଭିମୁଖେ ମେଲାଣି ଦେଇଥିଲେ।ଦୀର୍ଘବର୍ଷ ପରମ୍ପରା ଅନୁଯାୟୀ ମା ଙ୍କ ଛତର ପ୍ରତିମା କୁ ଗୁପ୍ତ ଭାବେ ଛତର ଯାତ୍ରା ର ପୂର୍ବ ନିଶା ରାତିରେ ଗାଁ ଗଉନ୍ତିଆ ବିନୋଦ ବିହାରୀ ସିଂ ଙ୍କ ଘର କୁ ନିଆଯାଏ ଓ ଛତର ଯାତ୍ରା ଦିନ ଗାଁ ଗୌନ୍ତିଆ ଙ୍କ ଘରୁ ପୂଜାର୍ଚ୍ଚନା ପରେ ମା ସର୍ଵ ମଙ୍ଗଳା ଙ୍କ ଶିରା କୈଳାସ ଚନ୍ଦ୍ର ସିଂ ଦେବୀ ଙ୍କ ଛତର ପ୍ରତିମା କୁ ଧାରଣ କରି ହଜାର ହଜାର ଶ୍ରଦ୍ଧାଳୁ ଓ ସାଂସ୍କୃତିକ ଦଳ ର ବିରାଟ ପଟୁଆର ରେ ନଗର ପରିକ୍ରମା କରି ମୁଖ୍ୟ ମନ୍ଦିର କୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଏହି ସମୟରେ ରାସ୍ତା ର ଉଭୟ ପାର୍ଶ୍ଵରେ ହଜାର ହଜାର ମହିଳା ଶ୍ରଦ୍ଧାଳୁ ମାନେ ଶୁକ୍ଲ ଭୋଗ ରେ ମା ଙ୍କୁ ପୂଜାର୍ଚ୍ଚନା କରି ନିଜର ପରିବାର ର ମଙ୍ଗଳ କାମନା କରିଥାନ୍ତି। ମା ସର୍ଵ ମଙ୍ଗଳା ଙ୍କ ଛ ତ ର ଯାତ୍ରା ର ଅନ୍ୟ ଏକ ବିଶେଷ୍ୟତ୍ୱ ହେଉଛି ମା ମାଣିକେଶ୍ୱରୀ ଙ୍କ ଛତର ଯାତ୍ରା ରେ ହଜାର ହଜାର ପଶୁପକ୍ଷୀ ବଳି ପଡୁଥିବା ବେଳେ ମା ସର୍ଵ ମଙ୍ଗଳା ଙ୍କ ଛତର ଯାତ୍ରା ରେ ଶ୍ରଦ୍ଧାଳୁ ମାନେ କେବଳ ଶୁକ୍ଲ ଭୋଗ ରେ ମା ଙ୍କୁ ରାସ୍ତା ଦୁଇ କଡ ରେ ଧୂପ ଦୀପ, ମନ୍ଦାର ଫୁଲ, ମୁଆଁ, ନଡିଆ କଦଳୀ ଦେଇ ପୂଜାର୍ଚ୍ଚନା କରି ନିଜ ପରିବାର ର ମଙ୍ଗଳକାମନା ପାଇଁ ଗୁହାରି ଜଣାଇଥାନ୍ତି। ମୁଖ୍ୟ ମନ୍ଦିର କୁ ଦେବୀ ପ୍ରତ୍ୟାବର୍ତ୍ତନ କଲାପରେ ଶ୍ରଦ୍ଧାଳୁ ମାନେ ଦର୍ଶନ କରି ଆଶିଷ ଭିକ୍ଷା କରିଥାନ୍ତି। ପରେ ରାତିରେ ମା ଙ୍କ ଛତର ଯାତ୍ରା ଅବସରରେ ନାଟକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଚିଲିଗୁଡା ପୂଜା କମିଟି ପକ୍ଷରୁ ସଭାପତି ପ୍ରଶାନ୍ତ ସିଂ, ସମ୍ପାଦକ ଅଭିମନ୍ୟୁ ଗୋପାଳ, ମୁଖ୍ୟ ପୂଜକ ମନଧର ପୁଝାରି,ଶିରା କୈଳାସ ଚନ୍ଦ୍ର ସିଂ, ଉପ ସଭାପତି ଦୈତାରୀ ବାରିକ, ସହ ସମ୍ପାଦକ ରଜନୀ କାନ୍ତ ପଣ୍ଡା,ଉପଦେଷ୍ଟା ଉତ୍ତମ କୁମାର ପଣ୍ଡା,ଲିଙ୍ଗରାଜ ନିଆଳ,ଧର୍ମୁ ନାଗ, ବଂଶୀଧର ବାଗ,ଅରୁଣ କୁମାର ସିଂ, ଜିତେନ୍ଦ୍ର ନିଆଳ,କୁଞ୍ଜ ବିହାରୀ ସିଂ, ଚିଲିଗୁଡା ଗ୍ରାମବାସୀ ସମେତ କୋକସରା ଥାନା ପୋଲିସ ଓ ଡ୍ରାଇଭର ମହାସଙ୍ଗ ର କର୍ମକର୍ତ୍ତା ମାନେ ଶାନ୍ତି ଶୃଙ୍ଖଳା ଓ ଟ୍ରାଫିକ ପରିଚାଳନା ରେ ସହଯୋଗ କରିଥିଲେ। ଛ ତ ର ଯାତ୍ରା ପାଇଁ ଦିର୍ଘ ୩ ଘଣ୍ଟା ଧରି ଜାତୀୟ ରାଜପଥ ୨୬ ଦେଇ ଗାଡି ମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ