ପୂଜା ମଣ୍ଡପ ବୁଲିଲେ ଧର୍ମଗଡ ବିଧାୟକ,ଅଞ୍ଚଳବାସୀ ଙ୍କୁ ଶାରଦୀୟ ଅଭିନନ୍ଦନ ଦେଲେ।

କଳାହାଣ୍ଡି,୦୨/୧୦
ଦଶହରା ରେ ଧରା ପୃଷ୍ଠ କୁ ଆଭିର୍ଭାବ ହୋଇ ବିଭିନ୍ନ ପୂଜା ମଣ୍ଡପ ରେ ଶ୍ରଦ୍ଧାଳୁ ଙ୍କୁ ଦର୍ଶନ ଦେଉଛନ୍ତି ମା ଜଗତ ଜନନୀ ମା ଦୁର୍ଗା। ଏହି କ୍ରମ ରେ କଳାହାଣ୍ଡି ଜିଲ୍ଲା ର ସହର ଠାରୁ ପୁରପଲ୍ଲୀରେ ଶାରଦୀୟ ଦୁର୍ଗାପୂଜା ମହା ଆଡମ୍ବରରେ ପାଳନ କରାଯାଉଛି। ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ନିଜ ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ପୂଜା ମଣ୍ଡପ ବୁଲିବା ସହ ମା ଙ୍କ ଆଶ୍ରିବାଦ ଭିକ୍ଷା କରି ଅଞ୍ଚଳବାସୀ ଙ୍କୁ ଶାରଦୀୟ ଅଭିନନ୍ଦନ ର ଶୁଭେଚ୍ଛା ଜଣାଇଛନ୍ତି। କୋକସରା ବ୍ଲକ ର ସାର୍ବଜନୀନ କୋକସରା, ଲଡୁଗାଁ, ଟେମରା, କାଉଡୋଲା,ସାନ ପୋଡ଼ାଗୁଡା, ଓଲମା ପୂଜା ମଣ୍ଡପ ରେ ପହଞ୍ଚି ଦୁର୍ଗା ପୂଜା କମିଟିର କର୍ମକର୍ତ୍ତା ଙ୍କ ସହ ଆଲୋଚନା କରିଛନ୍ତି। ତାଙ୍କ ସହ ବିଜେପି ବଲାଙ୍ଗୀର ଜିଲ୍ଲା ଯୁବ ମୋର୍ଚ୍ଚା ପ୍ରଭାରୀ ହିମାଂଶୁ ପଣ୍ଡା, ଜିଲ୍ଲା ପ୍ରତିନିଧି ଦୁର୍ଗା ପ୍ରସାଦ ପ୍ରଧାନୀ,ସ୍ଥାନୀୟ ବିଧାୟକ ପ୍ରତିନିଧି ତ୍ରିନାଥ ଶବର, ଆମପାଣି ମଣ୍ଡଳ ସଭାପତି ମଧୁବନ ପାତ୍ର, ସମ୍ପାଦକ ତୁଲାରାମ ନାଏକ,ମଣ୍ଡଳ ସାଧାରଣ ସମ୍ପାଦକ ଶାରଳା ପ୍ରସାଦ ପ୍ରଧାନୀ, ମନୋଜ ନାଏକ, ଯୁବ ମୋର୍ଚ୍ଚା ସଭାପତି ଆମପାଣି ମଣ୍ଡଳ ତ୍ରିଲୋକ୍ୟ ବେଶ୍ରା ପ୍ରମୁଖ ଉପସ୍ଥିତ ରହିଥିଲେ।