Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରେଙ୍ଗାଳପାଲି ପଞ୍ଚାୟତ ରେ ଆଦି କର୍ମଯୋଗୀ ଅଭିଯାନ ରେ ସ୍ୱତନ୍ତ୍ର ଗ୍ରାମ ସଭା ଅନୁଷ୍ଠିତ।

କଳାହାଣ୍ଡି,୦୨/୧୦
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆଦିବାସୀ ଜନଜାତି ମନ୍ତ୍ରଣାଳୟ ଅଧୀନରେ ଜନଜାତି ବର୍ଗର ବସବାସ କରୁଥିବା ଲୋକଙ୍କ ସାମୁହିକ ବିକାଶ ପାଇଁ ଆଦି କର୍ମଯୋଗୀ ଅଭିଯାନ କାର୍ଯ୍ୟକ୍ରମ ଗାନ୍ଧୀ ଜୟନ୍ତୀ ଠାରୁ ସ୍ୱତନ୍ତ୍ର ଗ୍ରାମସଭା ଜରିଆରେ ଉଦଘାଟନ କରାଯାଇଛି। ଏହି କ୍ରମ ରେ କଳାହାଣ୍ଡି ଜିଲ୍ଲା କୋକସରା ପଞ୍ଚାୟତ ସମିତି ଅନ୍ତର୍ଗତ ରେଙ୍ଗାଳପାଲି ଗ୍ରାମ ପଞ୍ଚାୟତ କାଦୋପଦର ଗ୍ରାମ ଠାରେ ଆଦି କର୍ମଯୋଗୀ ଅଭିଯାନ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି। ରେଙ୍ଗାଳପାଲି ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ପଦ୍ମିନୀ ପାତ୍ର ଙ୍କ ସଭାପତିତ୍ୱ ରେ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜନଜାତି ମନ୍ତ୍ରଣାଳୟ ନିର୍ଦେଶିକା ଶ୍ରୀମତୀ ସମିଧା ସିଂ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଉନ୍ନୟନ ପ୍ରକଳ୍ପ ଅଧିକାରୀ ଦୟା ମୟ ପାଢ଼ୀ, ଉପ ଜିଲ୍ଲାପାଳ ଧର୍ମଗଡ ପ୍ରେକ୍ଷ୍ୟା ଅଗ୍ରୱାଲ, ପିଏ ଆଇଟିଡିଏ ପ୍ରଦ୍ୟୁମ୍ନ ଦାସ, କୋକସରା ବିଡ଼ିଓ ଡ଼. ହିମାଞ୍ଚଳ ମାଝୀ ପ୍ରମୁଖ ଉପସ୍ଥିତ ରହି ଆଦି କର୍ମଯୋଗୀ ଅଭିଯାନ ରେ ଆଦି ସେବାକେନ୍ଦ୍ର କେନ୍ଦ୍ର ର ଉଦଘାଟନ କରିଥିଲେ। କେନ୍ଦ୍ରାପଡା ଓ ରାଜ୍ୟ ସରକାରଙ୍କ ଜନଜାତି ମନ୍ତ୍ରଣାଳୟ ଅଧୀନରେ ଆଦି କର୍ମଯୋଗୀ ଅଭିଯାନ ସ୍ୱତନ୍ତ୍ର ଗ୍ରାମସଭା ରେ ରହିଥିବା ଆଦିବାସୀ ଅଞ୍ଚଳ ରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ,ପାନୀୟ ଜଳ, ପରିମଳ ଯୋଜନା ର ବିକାଶ ଓ ଏହାର କାର୍ଯ୍ୟକାରିତା ନେଇ ଉପସ୍ଥିତ ଗ୍ରାମବାସୀ ଙ୍କୁ ପରାମର୍ଶ ଦେଇଥିଲେ। ତେବେ ଏହି ଗ୍ରାମସଭା ରେ ସ୍ଥାନୀୟ ଜନସାଧାରଣ ମାନେ ଗ୍ରାମ କୁ ସଂଯୋଗ କରୁଥିବା ରାସ୍ତା ଅବସ୍ଥା ଅତି ଶୋଚନୀୟ ହୋଇ ପଡ଼ିଥିବା ନେଇ ଅଭିଯୋଗ ଆଣିବା ସହ ଶୀଘ୍ର ରାସ୍ତା ନିର୍ମାଣ କରିବାକୁ ଉପସ୍ଥିତ ପ୍ରଶାସନିକ ଅଧିକାରୀ ଙ୍କୁ ଅଭିଯୋଗ କରିଥିଲେ। ଏନେଇ ପ୍ରଶାସନିକ ଅଧିକାରୀ ମାନେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି ରାସ୍ତା ନିର୍ମାଣ ନେଇ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। କାର୍ଯ୍ୟକ୍ରମ କୁ ଜିପିଡ଼ିଓ ମିଳୁ ପ୍ରଧାନୀ ପରିଚାଳନା କରିଥିବା ବେଳେ ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ଯୁଗେଶ୍ୱର ବେମାଲ ସମେତ ପଞ୍ଚାୟତ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ