ଉଠା ଜଳସେଚନ ପ୍ରକଳ୍ପ ରୁ ଡିପିଆର ସଂଶୋଧନ କରି ରବି ଚାଷ ଜଳସେଚନ ପାଇଁ ଜିଲ୍ଲାପାଳ ଙ୍କୁ ଭେଟିଲେ ୩ ବ୍ଲକ ର ଚାଷି।

କଳାହାଣ୍ଡି,୦୯/୧୦
କଳାହାଣ୍ଡି ଜିଲ୍ଲାର ଅଣ ଜଳସେଚିତ ଜୟପାଟଣା,କୋକସରା ଓ ଧର୍ମଗଡ ବ୍ଲକ ର ୨୫,୨୭୫ ହେକ୍ଟର ଚାଷଜମି ପାଇଁ ପୂର୍ବ ରାଜ୍ୟ ସରକାରଙ୍କ ସମୟରେ ୨୦୨୧ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇନ୍ଦ୍ରାବତୀ ଜଳଭଣ୍ଡାର ରୁ ଉଠା ଜଳସେଚନ ପ୍ରକଳ୍ପ ମାଧ୍ୟମରେ ଖରିଫ ଓ ରବି ଧାନ ଫସଲ ଚାଷ ପାଇଁ ଜଳସେଚନ ପାଇଁ ବ୍ୟବସ୍ଥା ଯୋଗାଇ ଦେଇଥିଲେ। ତେବେ ଇନ୍ଦ୍ରାବତୀ ଜଳଭଣ୍ଡାର ରୁ ୨୦୨୧/୨୨ ରେ ଜୟପାଟଣା, କୋକସରା ଓ ଧର୍ମଗଡ ଅଞ୍ଚଳ ର ଖରିଫ ଓ ରବି ଚାଷ ପାଇଁ ପର୍ଯ୍ୟାପ୍ତ ଜଳସେଚନ ସୁବିଧା ଯୋଗାଇ ଉପଲବ୍ଧ କରା ଯାଇଥିବା ବେଳେ ଏହି ୩ ବ୍ଲକ ର ଚାଷି ମାନେ ମଧ୍ୟ ଜଳସେଚନ ସୁବିଧା ପାଇ ଆର୍ଥିକ ସ୍ଥିତିକୁ ସୁଦୃଢ କରିବାରେ ସମର୍ଥ ହୋଇଥିଲେ। ତେବେ ସ୍ୱଳ୍ପ ବର୍ଷା ଯୋଗୁଁ ଇନ୍ଦ୍ରାବତୀ ଜଳଭଣ୍ଡାର ରେ ଜଳସ୍ତର ହ୍ରାସ ପାଇଥିବା ଦର୍ଶାଇ ୨୦୨୩/୨୪ ରେ ରବି ଚାଷ ପାଇଁ ଜଳସେଚନ କୁ ବନ୍ଦ ରଖିଛନ୍ତି ଉଠା ଜଳସେଚନ ବିଭାଗର କର୍ତ୍ତୃପକ୍ଷ।
ଏହାକୁ ନେଇ ବିଗତ ଦିନରେ ୩ ବ୍ଲକ ର ଚାଷୀମାନେ ଉଠା ଜଳସେଚନ ରୁ ରବି ଚାଷ ପାଇଁ ଜଳସେଚନ ଦାବି କରି ବିଭାଗୀୟ ଅଧିକାରୀ ଙ୍କୁ ଅଭିଯୋଗ ସହ ମୋଟେର ଠାରେ ରାସ୍ତା ଅବରୋଧ ଆନ୍ଦୋଳନ,ପ୍ରତିବାଦ କରି ଉଠା ଜଳସେଚନ ବିଭାଗୀୟ ଡିପିଆର ରେ ସଂଶୋଧନ କରିବାକୁ ଦାବି ଉପସ୍ଥାପନ କରିଥିଲେ। ସେହି ସମୟରେ ଉପ ଜିଲ୍ଲାପାଳ ଧର୍ମଗଡ ଘଟଣାସ୍ଥଳରେ ପହଞ୍ଚି ପରବର୍ତ୍ତୀ ସମୟରେ ଚାଷି ଙ୍କ ସ୍ୱାର୍ଥ କୁ ଦୃଷ୍ଟିରେ ରଖି ପଦକ୍ଷେପ ନିଆଯିବ ବୋଲି କହିଥିଲେ ।
ଏହି ଦାବି କୁ ନେଇ ପୁଣିଥରେ ଚାଷି ଙ୍କ ମଧ୍ୟରେ ଆନ୍ଦୋଳନ ଦାନା ବାନ୍ଧିଛି, ଗତ ସୋମବାର ଜୟପାଟଣା, କୋକସରା ଓ ଧର୍ମଗଡ଼ ବ୍ଲକ ଅଞ୍ଚଳ ର ସଚେତନ କୃଷକ ସଙ୍ଘ ର ଶତାଧିକ ଚାଷୀ କୋକସରା ବ୍ଲକ ଉପାଧ୍ୟକ୍ଷ ଙ୍କ ନେତୃତ୍ୱରେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ଙ୍କୁ ସାକ୍ଷାତ କରି ଉଠା ଜଳସେଚନ ପ୍ରକଳ୍ପ ର ପୂର୍ବ ରବି ଚାଷ ପାଇଁ ଜଳସେଚନ ପାଇଁ ବିଭାଗୀୟ ଡିପିଆର ସଂଶୋଧନ କରି ରବି ଚାଷ ପାଇଁ ଜଳସେଚନ ଯୋଗାଇ ଦେବାକୁ ଉଠା ଜଳସେଚନ କୃଷକ ସଙ୍ଘ ପକ୍ଷରୁ ବିଧାୟକ ଙ୍କୁ ମୌଖିକ ଅଭିଯୋଗ ଓ ଦାବି ଉପସ୍ଥାପନ କରିଥିଲେ। ଗୁରୁବାର ୩ ବ୍ଲକ ର ଚାଷି ପ୍ରତିନିଧି ଙ୍କ ଏକ ଦଳ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ଓ ଜିଲ୍ଲା ବିଜେପି ସଭାପତି ଯୁଗଳ କିଶୋର ପୋଢ଼ ଙ୍କ ନେତୃତ୍ୱରେ କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଙ୍କୁ ତାଙ୍କ କାର୍ଯ୍ୟାଳୟ ରେ ସାକ୍ଷାତ କରି ବିଭାଗୀୟ ଡିପିଆର ସଂଶୋଧନ କରି ରବି ଚାଷ ରେ ଜଳସେଚନ ଯୋଗାଇ ଦେବାକୁ ଲିଖିତ ଅଭିଯୋଗ କରିଛନ୍ତି।କୃଷକ ସଙ୍ଘ ର ଏହି ପ୍ରତିନିଧି ଦଳ ରେ ଲକ୍ଷ୍ମୀ ନାରାୟଣ ପ୍ରଧାନୀ,ଶ୍ରୀନିବାସ ପ୍ରଧାନୀ, କିରଣ ସାହୁ, ପ୍ରଣବ କୁମାର ବେହେରା,ପଙ୍କଜ ମୁଖ ଚୌଧୁରୀ, ତ୍ରିନାଥ ଶବର,ପ୍ରଶାନ୍ତ ତିବାରି ସମେତ ଜୟପାଟଣା,କୋକସରା ଓ ଧର୍ମଗଡ ଅଂଚଳ ର ଜନ ପ୍ରତିନିଧି,ଚାଷୀନେତା ସମେତ ଚାଷି ମାନେ ଉପସ୍ଥିତ ଥିଲେ।