Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୀତବାସ ପଣ୍ଡା ହତ୍ୟା ମାମଲାରେ ୭ ଜଣଙ୍କୁ ବ୍ରହ୍ମପୁର ପୋଲିସ ଅଟକ ରଖିଥିବା ସୂଚନା, ସେମାନଙ୍କ ମଧ୍ୟରେ ଜଣେ ସିଆରପିଏଫ୍ ଯବାନ ଓ ଜଣେ ଅଷ୍ଟମ ବାଟାଲିୟନର ଯବାନ

ବ୍ରହ୍ମପୁରର ବିଜେପି ନେତା ତଥା ବରିଷ୍ଠ ଓକିଲ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୋଲିସକୁ ମିଳିଛି ବଡ଼ ସୁରାକ । ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତି ଥିବା ସନ୍ଦେହରେ ୭ ଜଣଙ୍କୁ ବ୍ରହ୍ମପୁର ପୋଲିସ ଅଟକ ରଖିଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରେ ଜଣେ ସିଆରପିଏଫ୍ ଯବାନ ଓ ଜଣେ ଅଷ୍ଟମ ବାଟାଲିୟନର ଯବାନ ମଧ୍ୟ ଥିବା ଜଣାପଡ଼ିଛି । ସମସ୍ତଙ୍କୁ ଆମ୍ବପୁଆରେ ଥିବା ରିଜର୍ଭ ପୋଲିସ ବାରାକରେ ଜେରା କରାଯାଉଥିବାର ସୂଚନା ମିଳିଛି ।

ତେବେ ଅଟକ ଥିବା ଯୁବକମାନେ ଦିଗପହଣ୍ଡି, ହିଞ୍ଜିଳି ଓ ପିତଳ ଅଞ୍ଚଳର ବୋଲି କୁହାଯାଉଛି । ଦୁଇଟି କାର୍ ମଧ୍ୟ ଜବତ କରିଛି ପୋଲିସ। ତେବେ ଗତ ଗତ ସୋମବାର ରାତିରେ ପୀତବାସ ପଣ୍ଡା ନୂଆ ବସଷ୍ଟାଣ୍ଡରେ ଥିବା ଭୂପତି ହାଟେଲକୁ ଖାଇବା ସାମଗ୍ରୀ ଆଣିବାକୁ ଯାଇଥିଲେ । ଅଟକ ଯୁବକମାନେ ବି ସେହି ସମୟରେ ହୋଟେଲରେ ଥିଲେ ବୋଲି ଜଣାପଡ଼ିଛି ।

ସୋମବାର ପୀତବାସଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ରାତି ପ୍ରାୟ ୧୦ଟା ବେଳେ ଗିରି ମାର୍କେଟରେ ଥିବା ତାଙ୍କ ଚାମ୍ଵରରୁ ବୈକୁଣ୍ଠନଗରରେ ଥିବା ଘରକୁ ଫେରୁଥିବା ବେଳେ ଘରଠୁ ମାତ୍ର ଶହେ ମିଟର ଦୂରରେ ଗୁଳି କରି ତାଙ୍କୁ ହତ୍ୟା କରାଯାଇଥିଲା । ଦୁଇ ଜଣ ଯୁବକ ବାଇକରେ ଆସି ପଏଣ୍ଟ ବ୍ଲାଙ୍କ୍ ଫାୟାରିଂ କରିଥିଲେ । ପୀତବାସଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଥିଲା । ପୋଲିସ ୬ଟି ସ୍ଵତନ୍ତ୍ର ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ଏବେ ୭ ଜଣଙ୍କୁ ଅଟକ ରଖାଯାଇଥିବା ନେଇ ସୂଚନା ମିଳିଥିବା ବେଳେ ପୋଲିସ ଏନେଇ ସ୍ପଷ୍ଟ କରିନାହିଁ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ