ରାଜ୍ୟ ସ୍ତରୀୟ ଅଣ୍ଡର ୧୭ ଭଳିବଲ ଭାଗ ନେବେ କୋକସରା ବ୍ଲକ ର ୪ ଛାତ୍ର ଓ ୨ ଛାତ୍ରୀ।

କଳାହାଣ୍ଡି:ରାଜ୍ୟ ସ୍ତରୀୟ ଅଣ୍ଡର ୧୭ ବର୍ଷ ଭଳିବଲ ପାଇଁ କୋକସରା ଜବାହର ଉଚ୍ଚ ବିଦ୍ୟାଳୟ ର ୪ ଜଣ ଛାତ୍ରଛାତ୍ରୀ ଓ ଆଦର୍ଶ ବିଦ୍ୟାଳୟ ର ଜଣେ ଛାତ୍ର ଓ ପଞ୍ଚାୟତ ସମିତି ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ ର ଜଣେ ଛାତ୍ରୀ ମନୋନୀତ ହୋଇ ଶୁକ୍ରବାର ବାଲେଶ୍ଵର ଜିଲ୍ଲା ଭଦ୍ରକ ରେ ଅନୁଷ୍ଠିତ ହେଉଥିବା ରାଜ୍ୟ ସ୍ତରୀୟ ଭଳିବଲ ରେ ଖେଳିବା ପାଇଁ ଯାତ୍ରା କରିଛନ୍ତି। ଜବାହର ଉଚ୍ଚ ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ଅମିତ କୁମାର ମହାନ୍ତି ଙ୍କ ପ୍ରଶିକ୍ଷଣ ରେ ଜିଲ୍ଲା ସ୍ତରୀୟ ଭଳିବଲ ରେ ଭାଗ ନେଇ ସଫଳତାର ସହ ରାଜ୍ୟ ସ୍ତରୀୟ କ୍ରୀଡା ରେ ଭାଗ ନେବାପାଇଁ ମନୋନୀତ ହୋଇଛନ୍ତି। ସେମାନେ ହେଲେ ଜବାହର ଉଚ୍ଚ ବିଦ୍ୟାଳୟ ର ନରୋତ୍ତମ ପଟ୍ଟନାୟକ,ଛାତ୍ରୀ ରୂପାଲି ନାଏକ, ଜ୍ୟୋତ୍ସ୍ନାମୟୀ ପ୍ରଧାନୀ, ନରୋତ୍ତମ ବାଗ ଓ ଆଦର୍ଶ ବିଦ୍ୟାଳୟ ଛାତ୍ର ରିତେଶ କୁମାର ନିଆଳ । ୧୧ ରୁ ୧୪ ତାରିଖ ପର୍ଯ୍ୟନ୍ତ ଚରମ୍ପା ହନୁମାନଜୀଉ ହାଇସ୍କୁଲ ରେଳ ପଡିଆ,ଭଦ୍ରକ ରେ ହେଉଥିବା ରାଜ୍ୟ ସ୍ତରୀୟ ଭଳିବଲ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ଏନେଇ କଳାହାଣ୍ଡି ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି। କୋକସରା ବ୍ଲକ ରୁ ୪ ଛାତ୍ର ୨ ଛାତ୍ରୀ ମନୋନୀତ ହେବାପରେ ଜବାହର ଉଚ୍ଚ ବିଦ୍ୟାଳୟ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡା, ଆଦର୍ଶ ବିଦ୍ୟାଳୟ ର ଅଧ୍ୟକ୍ଷା ନିଝୁମ ରାଣି ପଣ୍ଡିତ,ଓ ପଞ୍ଚାୟତ ସମିତି ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ ର ଅଧ୍ୟକ୍ଷ ଉପେନ୍ଦ୍ର ସାହୁ ସମେତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଛାତ୍ରଛାତ୍ରୀ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।