Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁଖ୍ୟ ବିଚାରପତିଙ୍କୁ ଜୋତା ଫିଙ୍ଗିବା ଘଟଣା ପ୍ରତିବାଦରେ ଡ଼ହଗାଁ ଦଣ୍ଡପାଟ ଆଞ୍ଚଳିକ ଡମ୍ବ ସମାଜ ପକ୍ଷରୁ ଦାବିପତ୍ର ପ୍ରଦାନ।

କଳାହାଣ୍ଡି,୧୦/୧୦
ଦେଶର ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ବି. ଆର ଗଭାଇ ଙ୍କୁ କୋର୍ଟରୁମ ଭିତରେ ଜୋତା ଫିଙ୍ଗି ଆକ୍ରମଣ ଘଟଣାକୁ ନେଇ ସାରା ଦେଶରେ ବିରୋଧାଭାସ ଦେଖିବାକୁ ମିଳିଛି। ଦେଶର ବିଭିନ୍ନ ରାଜନୈତିକ ଓ ସାମାଜିକ ସଂଗଠନ ପକ୍ଷରୁ ଏହାକୁ ନେଇ ଜୋରଦାର ପ୍ରଦର୍ଶନ କରାଯାଉଛି। ପ୍ରଧାନ ବିଚାରପତି ଜଣେ ଦଳିତ ସମ୍ପ୍ରଦାୟର ହୋଇଥିବାବେଳେ ତାଙ୍କୁ ଆକ୍ରୋଶମୂଳକ ଭାବେ ଆକ୍ରମଣ କରିଥିବା ଆଇନଜୀବୀ ରାକେଶ କିଶୋରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ଜୋର ଧରିଛି। ଏହା କେବଳ ଦେଶର ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ପ୍ରତି ନୁହେଁ ଦେଶର ସମ୍ବିଧାନ,ସାରା ଦେଶର ସଂଖ୍ୟାବହୁଳ ଅନୁସୂଚିତ ଜାତି ଓ ଜନଜାତିଙ୍କ ପ୍ରତି ଘୋର ଅପମାନ ବୋଲି କହିବା ସହିତ ଏହି ଘଟଣାରେ ଦେଶର ରାଷ୍ଟ୍ରପତି ହସ୍ତକ୍ଷେପ କରିବାକୁ ସେମାନେ ଦାବି କରିଛନ୍ତି। ଏହି ଘଟଣା କୁ ଦୃଢ଼ ନିନ୍ଦା କରି ଶୁକ୍ରବାର ଦଣ୍ଡପାଟ ଡ଼ହଗାଁ ଆଞ୍ଚଳିକ ଡମ୍ବ ସମାଜ ପକ୍ଷରୁ ଏକ ଦାବିପତ୍ର କୋକସରା ଥାନା ଅଧିକାରୀ ଜେ ଏନ ହୋତା ଙ୍କୁ ପ୍ରଦାନ କରାଯାଇଛି। ଦାବିପତ୍ର ପ୍ରଦାନ ସମୟରେ ଦଣ୍ଡପାଟ ଡ଼ହଗାଁ ଆଞ୍ଚଳିକ ଡମ୍ବ ସମାଜ ର ସଭାପତି ବିରଞ୍ଚି ନାରାୟଣ ଖମାରି, ସମ୍ପାଦକ ଯଶୋବନ୍ତ ପାଣିଗ୍ରାହୀ, କାର୍ଯ୍ୟକାରୀ ସଭାପତି ହେରମ୍ବ ସେନାପତି, ଉପ ସଭାପତି ଧ୍ରୁବ ଚରଣ ସେଠିଆ,କାମେଶ ରଞ୍ଜନ ନାଗ, ଦିଲିପ ଦୁରିଆ,ଶ୍ରୀକାନ୍ତ ଭରତିଆ, ଚିତ୍ତରଞ୍ଜନ ଦୁରିଆ, ସୁନିଲ ଚନ୍ଦ୍ର ଦୁରିଆ ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ