ଉତ୍ତମ- ଉଦେଇପାଲି ଆଞ୍ଚଳିକ ଗଜଲଷ୍ମୀ ପୂଜା ମହୋତ୍ସବ

ଅମ୍ବାଭୋନା-୧୧।୧୦।୨୫ ଅମ୍ବାଭୋନାବ୍ଳକ ଅନ୍ତର୍ଗତ ଉତ୍ତମ ଉଦେଇପାଲି ଠାରେ ଆଞ୍ଚଳିକ ଗଜଲଷ୍ମୀ ପୂଜା ଅନୁଷ୍ଠିତ ହୋଇଯାଇଛି। ଗଜଲଷ୍ମୀ ପୂଜା ପାଇଁ ସାରା ଅଞ୍ଚଳ ମୁଖରିତ ହୋଇ ଉଠିଛି। ପ୍ରତ୍ୟେକ ବର୍ଷ ପରି ଏ ବର୍ଷ ମଧ୍ଯ ଧୂମଧାମ ରେ ପୂଜାପାଠ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଉଥିବା ବେଳେ ଅର୍କଷ୍ଟ୍ରୋ ତ୍ତନ ଧାରା ରେ ବହୁ ଦର୍ଶକ ଙ୍କ ଭୀଡ ଦେଖିବାକୁ ମିଲୁଛି। ଏହି ଅକ୍ରିଷ୍ଟା ପରିବେଷଣ ରେ ଶହ ଶହ ଦର୍ଶକ ନାଚ ଗୀତ ଦେଖି ମସଗୁଲ ହୋଇ ଝୁମିଥିଲେ। ଗଜଲଷ୍ମୀ ପୂଜା ପାରମ୍ପରିକ ରୀତି ନୀତି ଅନୁସାରେ ପୂଜାପାଠ ହେଉଛି। ଯଥା
କଳସ ଯାତ୍ର ,ଅଧିବାସ, ମାଁ ଶ୍ରୀ ଶ୍ରୀ ଗଜଲଷ୍ମୀ ଦେବୀ ଙ୍କ ଆବାହନ ପୂଜା ଆରମ୍ଭ, ପାଶ୍ବଦେବତା ଆବହନ, ସୂର୍ଯ୍ୟ ପୂଜା, ଦେବ ସ୍ନାନ, ଦଶୋପଚାର ପୂଜା, ପୁଷ୍ପାଞ୍ଜଳି, ଅଗ୍ନି ସ୍ଥାପନ,ଆରତୀ, ପୂର୍ବବିହିତ ପୂଜା, ମାଁ ଲଷ୍ମୀ ଙ୍କର ଷୋଡଶ ଉପଚାର ପୂଜା, ବିଷ୍ଣୁ ସହସ୍ର ପାଠ, ଭାଗବତ ଗୀତା ପାଠ, ହୋମ ଆଦି ପୂଜାପାଠ କରାଯାଇଛି।ପୂଜା ମଣ୍ଡପ ରେ କୃଷ୍ଣ ଚନ୍ଦ୍ର ପଧାନ ସପତ୍ନୀ ପୁଷ୍ପାଞ୍ଜଳି, ଭଗବାନ ପ୍ରଧାନ ସପତ୍ନୀ ତପସ୍ବନୀ, ଟେକମଣୀ ଦୁଆନ ସପତ୍ନୀ ହୀରାମତୀ, ଟେନସନ ଦୁଆନ ସପତ୍ନୀ ରାଧିକା, କୃଷ୍ଣ ଭୋଇ ସପତ୍ନିକ କସ୍ତୁରୀ କର୍ତ୍ତା ଭାବେ ଦାୟିତ୍ବ ତୁଲାଇଥିବା ବେଲେ ମୁଖ୍ଯ ପୁରୋହିତ ପଣ୍ଡିତ ଅଶୋକ ଦାଶ, ଗଙ୍ଗାରାମ ଦାଶ, ଦିଲ୍ଲୀପ ଦାଶ ପୂଜା କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ। ଏହି ଅବସର ରେ ଆଞ୍ଚଳିକ କୀର୍ତ୍ତନ ଧାରା ରେ ରାଜାରାମ ଡନସନା, ଭାଷ୍କର କଲେତ, ନାରୟଣ ବରିହା, ଗୌରାଙ୍ଗ ସା ପ୍ରମୁଖ କଳାକାର କୀର୍ତ୍ତନ ପରିବେଷଣ କରିଥିଲେ।ଶିଶୁ କଳାକାର ନୃତ୍ଯ ପରିବେଷଣ ଓ କୀର୍ତ୍ତନ ଧାରା ରେ ସୁନୀତା ସାହୁ, ଓଁକାର ବିଶ୍ବାଳ,
ଡୋଲାମଣୀ ମହାରଣା,ବିରେନ୍ଦ୍ର ଯୁଆଡି, ଅଞ୍ଜନ
ଦେହେରୀ, ସୁମି ବାଗ, ସୁନୀଳ ସେଠ, ନରେନ୍ଦ୍ର ଧରୁଆ ଆଦି କଳାକାର ଗଣ ଯୋଗଦାନ କରିଥିଲେ। ସେହିପରି ବରଗଡ ଅମର ଦାସ ଙ୍କ ଅର୍କଷ୍ଟ୍ରୋ ଅନୁଷ୍ଠିତ ହୋଇଯାଇଛି। ଉତ୍ତମ ଉଦେଇପାଲି ଆଞ୍ଚଳିକ ଗଜଲଷ୍ମୀ ପୂଜା ପରିଚାଳନା କମିଟିର କର୍ମକର୍ତ୍ତା ନେତୃତ୍ବ ରେ ସ୍ବେଚ୍ଛାସେବୀକ ଯୁବକ ଗଣ ପରିଚାଳନା ରେ ସହଯୋଗ କରୁଛନ୍ତି।