ଜଙ୍ଗଲ ସୁରକ୍ଷା ନେଇ ଦୁଇ ଦିନିଆ କର୍ମଶାଳା ଉଦ୍ଯାପିତ

ବାଲିଗୁଡା, ତା, ୧୧/୧୦ : (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ସ୍ଥିତ ଜାଗୃତି ସଭାଗୃହ ଠାରେ ଜଙ୍ଗଲ ସୁରକ୍ଷା ନେଇ ଦୁଇ ଦିନିଆ କର୍ମଶାଳା ଶନିବାର ଉଦ୍ଯାପିତ ହୋଇଯାଇଛି। ଏହି କର୍ମଶାଳାକୁ କାର୍ଯ୍ୟକ୍ରମ ଅଧିକାରୀ ସଦାନନ୍ଦ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ବୈଷୟିକ ସହାୟକ ଧନେଶ୍ୱର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଥିରେ ତାଲିମଦାତା ଭାବେ ଭୁବନେଶ୍ୱରରୁ ଆସିଥିବା ସୁଶାନ୍ତ କୁମାର ଦଳେଇ ଉପସ୍ଥିତ ରହି ତାଲିମ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଦାରିଙ୍ଗବାଡି ବ୍ଲକ ର ସୋନପୁର, ବାଡାବାଙ୍ଗା ଏବଂ ଦନେକବାଡି ତିନୋଟି ପଞ୍ଚାୟତ ର ୨୨ ଟି ଗ୍ରାମର ୩୮ ଜଣ ଜଙ୍ଗଲ ସମ୍ବଳ ପରିଚାଳନା କମିଟିର ନେତୃତ୍ୱ ନେଉଥିବା ସଦସ୍ୟା ସଦସ୍ୟ ମାନେ ତାଲିମ ନେଇଥିଲେ। ଗୋଷ୍ଠୀ ଜଙ୍ଗଲକୁ କିଭଳି ଭାବେ ପରିଚାଳନା କରାଯିବ ଜଙ୍ଗଲରୁ କ’ଣ ସବୁ ଅମଳ ହେଉଛି ଓ ତାହା ଆମକୁ କିଭଳି ଜୀବନଜୀବିକାରେ ସ୍ବାବଲମ୍ବୀ କରିବାରେ ସହଯୋଗ କରୁଛି, ଜଙ୍ଗଲ ସମ୍ବଳ ପରିଚାଳନା କମିଟିର ଭୂମିକା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।