Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମା ସର୍ଵ ମଙ୍ଗଳା ଘାଟି ମୁଣ୍ଡିଆଣି ଦେବୀ ଙ୍କ ଦଶରା,ଖଣ୍ଡାଧୁଆ ମଶାଲ ଯାତ୍ରା ପର୍ବ ରେ ପ୍ରବଳ ଜନ ସମାଗମ।

କଳାହାଣ୍ଡି:ଶାରଦୀୟ ଦୁର୍ଗାପୂଜା ପରେ ମା ଧରାପୃଷ୍ଠ ରୁ ବିଦାୟ ନେଇଛନ୍ତି,ତେବେ ଆଦିବାସୀ ଅଧ୍ୟୁଷିତ କିଛି ଅଞ୍ଚଳ ରେ ଦେବାଦେବୀ ଙ୍କ ଦଶରା ପର୍ବ କାର୍ତ୍ତିକ ମାସ ରେ ମଧ୍ୟ ଦେଖିବାକୁ ମିଳିଥାଏ।କୋକସରା ବ୍ଲକ ଗୋତମୁଣ୍ଡା ପଞ୍ଚାୟତ ଏକ ଆଦିବାସୀ ଅଧ୍ୟୁଷିତ ବହୁଳ ଅଞ୍ଚଳ ହୋଇଥିବା ବେଳେ ପ୍ରଭୁ ବୁଢ଼ାରଜା ଙ୍କ ଦଶରା କାର୍ତ୍ତିକ ମାସ ର ପରବର୍ତ୍ତୀ ଶନିବାର ଦିନ ପଡୁଥିବା ବେଳେ ତାର ପରବର୍ତ୍ତୀ ଦିନ ମା ସର୍ଵ ମଙ୍ଗଳା ଘାଟି ମୁଣ୍ଡିଆଣି ଙ୍କ ବାର୍ଷିକ ଦଣ୍ଡପାଟ ଦଶରା ମହୋତ୍ସବ ଗୋତମୁଣ୍ଡା ଗ୍ରାମ ରେ ୩ ଦିନ ଧରି ମହା ଆଡମ୍ବରରେ ପାଳନ କରାଯାଏ। ଏହି କ୍ରମ ରେ ରବିବାର ସର୍ଵ ମଙ୍ଗଳା ଘାଟି ମୁଣ୍ଡିଆଣି ଙ୍କ ଦଶରା ଅବ୍ୟାହତ ପୂର୍ବରୁ ମା ଙ୍କ ଖଣ୍ଡାଧୁଆ ଓ ମଶାଲ ଯାତ୍ରା ପର୍ବ ପାଳନ କରାଯାଇଛି। ଗ୍ରାମ ର ପୂଜକ ମହୋହର ପୁଝାରି ଙ୍କ ପୂଜାର୍ଚ୍ଚନା ପରେ ଏକ ବିରାଟ ପଟୁଆର ରେ ମା ସର୍ଵ ମଙ୍ଗଳା ଙ୍କ ଖଣ୍ଡା କୁ ମାର୍ଜିତ ପାଇଁ ଗ୍ରାମ ନିକଟସ୍ଥ ଏକ ପୋଖରୀ କୁ ନିଆ ଯାଇଥାଏ। ଏହି ସମୟରେ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ଗହଣ ରେ ବିଭିନ୍ନ ସାଂସ୍କୃତିକ ଦଳ ର କଳାକାର ମାନେ ସାମିଲ ହୋଇ ମା ଙ୍କ ଖଣ୍ଡା ଧୂଆଁ ଉତ୍ସଵ ରେ ସାମିଲ ହୋଇଥିଲେ। ପୂଜା କମିଟି ର ସଭାପତି ହେମନ୍ତ କୁମାର ମାଝୀ ଙ୍କ ତତ୍ୱାବଧାନ ରେ ଏହି ଖଣ୍ଡାଧୂଆ ପର୍ବ ରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟିକା ମନୋରମା ମହାନ୍ତି, ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଜେଡି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, ପୂର୍ବତନ ବିଜେଡି ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ,କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ଭତରା ସମାଜ କର୍ମଚାରୀ ସଙ୍ଘ ସଭାପତି ଇଂ. ତ୍ରୁପ କୁମାର ପାତ୍ର, ଭତରା ସମାଜ ଜିଲ୍ଲା ସମ୍ପାଦକ ଋତୁରାଜ ମାଝୀ,ନର୍ଲା ବ୍ଲକ ଅଧ୍ୟକ୍ଷ ମୁନ୍ନା ମହାନ୍ତି,ବିଜେଡି ବ୍ଲକ ସଭାପତି ସୁଶାନ୍ତ କୁମାର ବେହେରା, ବେହେରା ସମବାୟ ସମିତିର ସଭାପତି ଭାବେଶ ଗନ୍ତିଆ,ଅଶୋକ ପାଟ୍ଟଯୋଶୀ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଧର୍ମଗଡ ସଞ୍ଜୀବ ପଣ୍ଡା,ସମାଜସେବି ଟିକେଲାଲ ସାହୁ, ଦଣ୍ଡପାଟ ଅଞ୍ଚଳ ର ଜନ ପ୍ରତିନିଧି ଗୋପୀ ମହାନନ୍ଦ, ଶଙ୍କର ଜୁଏଡ଼ ଓ ଅନ୍ୟ ନେତୃବୃନ୍ଦ ମାନେ କାର୍ଯ୍ୟକ୍ରମ ରେ ଯୋଗଦେଇ ଥିଲେ। ଗୋତମୁଣ୍ଡା ମା ସର୍ଵ ମଙ୍ଗଳା ଘାଟି ମୁଣ୍ଡିଆଣି ପୂଜା କମିଟି ପକ୍ଷରୁ ସଭାପତି ହେମନ୍ତ ମାଝୀ,ପୂର୍ଣ୍ଣ ଚନ୍ଦ୍ର ନାଏକ, ଯଦୁମଣି ଦୁର୍ଗା, ଭରତ ଚନ୍ଦ୍ର ପୂଝାରି, ପିଣ୍ଟୁ ବାଗ, ରୋମାଞ୍ଚଳ ପୂଝାରୀ,ତୁଲାରାମ ଗୋପାଳ, ଦ୍ରୋଣଚାର୍ଯ୍ୟ ପୂଝାରି ସମେତ ଗ୍ରାମବାସୀ ମାନେ ଦଣ୍ଡପାଟ ଦଶରା ମହୋତ୍ସବ କାର୍ଯ୍ୟକ୍ରମ ପରିଚାଳନା ରେ ପ୍ରମୁଖ ଭୂମିକା ନେଇ ସହଯୋଗ କରିଥିଲେ। ଆଜି ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ ଆସନ୍ତା ୨ ଦିନ ଧରି ଦଣ୍ଡପାଟ ଦଶରା ମହୋତ୍ସବ ପାଳନ ହେବା ନେଇ କମିଟି ପକ୍ଷରୁ ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories