Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୁଢ଼ାରଜା ଦଶରା,ସାଂସ୍କୃତିକ ସନ୍ଧ୍ୟାରେ ଦୁଲୁକିଲା ବୁଢ଼ାରଜା ସାଂସ୍କୃତିକ ମଞ୍ଚ,ସମ୍ମାନିତ ହେଲେ କଳାକାର।

କଳାହାଣ୍ଡି:କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଠାରେ ପ୍ରଭୁ ବୁଢ଼ାରଜା ଙ୍କ ବାର୍ଷିକ ଦଶରା ମହୋତ୍ସବ ଶନିବାର ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସନ୍ଧ୍ୟାରେ ବୁଢ଼ାରଜା ମଞ୍ଚ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଦଶରା କମିଟି ର ସଭାପତି ଋତୁରାଜ ମାଝୀ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ସାଂସଦ ମାଲବିକା ଦେବୀ, ମୁଖ୍ୟ ଵକ୍ତା ଭାବେ କଳାହାଣ୍ଡି ଆଦିବାସୀ ସଂସ୍କୃତି,ପରମ୍ପରା ର ଗବେଷକ ଅଧ୍ୟାପକ ସତ୍ୟ ନାରାୟଣ ମୁଣ୍ଡଛିନା ଯୋଗ ଦେଇ ବୁଢ଼ାରଜା ଦେବ ଙ୍କ କିମ୍ବଦନ୍ତୀ ଓ ଲୋକ ସଂସ୍କୃତି ଓ ଆଦିମ ପରମ୍ପରା ସହ ଜଡିତ ଲୋକକଥା ନେଇ ନିଜର ମତ ରଖିଥିଲେ। ସମ୍ମାନିତ ଅତିଥି ଭାବେ ପୂର୍ବତନ ସାଂସଦ ଅର୍କ କେଶରୀ ଦେଓ, ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ, କୋକସରା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ରିତା ଅଗ୍ରୱାଲ, ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ,ସ୍ଥାନୀୟ ସରପଞ୍ଚ ରୁକ୍ମଣୀ ବାଣୁଆ,ସମିତି ସଭ୍ୟା ନର୍ତ୍ତକୀ ଦଣ୍ଡସେନା, ବିଜେପି ନେତା ଗୋପିଚନ ନାଏକ, ଉପ ସଭାପତି ଗଙ୍ଗାଧର ନାଏକ, ଉପଦେଷ୍ଟା ବିଘ୍ନଶ୍ବର ନାଏକ, ନାରିନେତ୍ରୀ ତିଲୋତ୍ତମା ନାଏକ ପ୍ରମୁଖ ମଞ୍ଚ ରେ ରହି ବୁଢ଼ାରଜା ଦଶରା ନେଇ ନିଜର ଅନୁଭୂତି ଓ ମତ ପ୍ରକାଶ କରିଥିଲେ। ଏହି ଅବସରରେ କଳା ଓ ସାହିତ୍ୟ କ୍ଷେତ୍ରରେ ଉତ୍କର୍ଷତା ପାଇଁ ନାଟ ଓ ଘୁମୁରା ଗୁରୁ ନାସିର ମହମ୍ମଦ, ସାହିତ୍ୟ ଓ ବ୍ୟଙ୍ଗ କବିତା ପାଇଁ କୁମୁଦ ଚନ୍ଦ୍ର ପୁଝାରି, ଘୁମୁରା ଗୁରୁ ବିଜୟ ପ୍ରଧାନୀ ଙ୍କୁ ଉଲ୍ଲେଖନୀୟ ଅବଦାନ ପାଇଁ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା। ବୁଢ଼ାରଜା ସାଂସ୍କୃତିକ ମଞ୍ଚ ଉପସ୍ଥାପନା ରେ ସୁଧୀର କୁମାର ଧଙ୍ଗଡା ମାଝୀ ଓ ଥବିର ଦୀପ ସହଯୋଗ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ରେ ୫ ସାଂସ୍କୃତିକ ଦଳ ସମେତ ୧୭ ଘୁମୁରା ଦଳ ଅଂଶଗ୍ରହଣ କରିଥିଲେ। ଏହା ବ୍ୟତୀତ ଅନେକ ନାଟକ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହୋଇଥିଲେ।ବୁଢ଼ାରଜା କମିଟିର ସଦସ୍ୟ ଜିତେନ୍ଦ୍ର ପଣ୍ଡା ମଞ୍ଚ ରେ ଅତିଥି ଙ୍କୁ ସ୍ୱାଗତ ଭାଷଣ ସହ ଧନ୍ୟବାଦ ଅର୍ପଣ କରିଥିଲେ।ବୁଢ଼ାରଜା ସାଂସ୍କୃତିକ ଅନୁଷ୍ଠାନ ର କର୍ମକର୍ତ୍ତା ଓ ଆମପାଣି ଗ୍ରାମବାସୀ ମାନେ ଦଶରା ମହୋତ୍ସବ ପରିଚାଳନା ରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ