ବିହାର ନିର୍ବାଚନ ପାଇଁ ଆରଜେଡି ନେତାଙ୍କୁ ଟିକେଟ୍ ବଣ୍ଟନ ; ଭାରତ ବ୍ଲକରେ ଆସନ ବଣ୍ଟନ ଚୁକ୍ତିକୁ ନେଇ ବିବାଦ ମଧ୍ୟରେ ଲାଲୁ

(ନୂଆଦିଲ୍ଲୀ): ବିହାର ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ ପାଖେଇ ଆସୁଥିବା ସତ୍ତ୍ୱେ, ଆରଜେଡିର ନେତୃତ୍ବାଧୀନ ମହାଗଠବନ୍ଧନ ଦ୍ଵାରା ଏ ପର୍ଯ୍ୟନ୍ତ କୌଣସି ଘୋଷଣା କରାଯାଇନାହିଁ | ଏହା ସ୍ଵତ୍ତ୍ୱେ ଆରଜେଡିର ମୁଖ୍ୟ ଲାଲୁ ପ୍ରସାଦ ଯାଦବ ସୋମବାର ଦିନ ନିଜ ମନ ପସନ୍ଦର ପାର୍ଥୀମାନଙ୍କୁ ସେ ଦଳୀୟ ଟିକେଟ୍ ପ୍ରଦାନ କରିଛନ୍ତି | ସମ୍ବାଦ ସରବରାହ ସଂସ୍ଥା ପିଟିଆଇ ଅନୁଯାୟୀ, ଦଳରୁ କଲ୍ ଆସିଥିବା ପାର୍ଥୀମାନେ ହିଁ ଉପସ୍ଥିତ ଥିଲେ | ଏବଂ ବାହାରକୁ ଆସିବା ପରେ ମୁହଁରେ ଏକ ବଡ ସନ୍ତୋଷ ଜନକ ଭାବନାରେ ଫେରିଥିଲେ | ସୁନୀଲ ସିଂ ଯିଏକି ପୂର୍ବରୁ ନୀତିଶ କୁମାରଙ୍କ ଜେଡି(ୟୁ) ରୁ ଇସ୍ତଫା ଦେଇଥିଲେ , ଏବଂ ମାଟିହାନିର ବହୁ ସମୟ ଧରି ବିଧାୟକ ହୋଇ ରହିଥିବା ପୂର୍ବତନ ବିଧାୟକ ନରେନ୍ଦ୍ର କୁମାର ସିଂ ଓରଫ ବୋଗୋ , ଯିଏ କି ମୁଖ୍ୟମନ୍ତ୍ରୀ ଆସନରେ ଦୁଇ ଦୁଇ ଥର ଜିତିଥିଲେ ସେ ମଧ୍ୟ ଲାଲୁଙ୍କ ଠାରୁ ଦଳୀୟ ଟିକେଟ୍ ହାସଲ କରିଛନ୍ତି |
ଏହି ନେତାମାନଙ୍କର ଉପସ୍ତିତିକୁ ଆରଜେଡି ସୁପ୍ରିମୋଙ୍କ ପୁତ୍ର ଏବଂ ଭବିଷ୍ୟତ ଉତ୍ତରାଧିକାରୀ ତେଜସ୍ୱୀ ଯାଦବଙ୍କ ରଣନୀତିରେ ଏକ ବଡ ଅଂଶ ଭାବରେ ଦେଖାଉଛନ୍ତି | କିନ୍ତୁ ଏହା ପରେ ମଧ୍ୟ ନେତାମାନଙ୍କଠାରୁ ତାଙ୍କ ଟିକେଟ୍ ଛଡେଇ ନିଆଯାଇଛି | ଏହା ପ୍ରଥମଥର ନୁହେଁ ଯେ ଲାଲୁ ମେଣ୍ଟ ସହଯୋଗୀଙ୍କ ବିନା ଅନୁମତିରେ ତାଙ୍କ ଦଳୀୟ ଟିକେଟ ବଣ୍ଟନ କରାଯାଇଛି | ଏହା କିଛି ନୂଆ କଥା ନୁହେଁ | ଗତ ୨୦୨୪ ଲୋକସଭା ନିର୍ବାଚନରେ ପୂର୍ବରୁ କିଛି ଏମିତି ହିଁ ଘଟିଥିଲା | କଂଗ୍ରେସ , ଆରଜେଡି ଏବଂ ବାମ ଦଳଗୁଡିକ ଆସନ ବଣ୍ଟନ ଚୁକ୍ତିରେ ପାଁହଁଚିବା ପୂର୍ବରୁ ଆରଜେଡି ତରଫରୁ ଆଗରୁ ହିଁ ଟିକେଟ୍ ବଣ୍ଟନର ପକ୍ରିୟା ଶେଷ ହୋଇସାରିଥିଲା | ତଥାପି , ମେଣ୍ଟ ପ୍ରାର୍ଥୀ ମାନେ ଶେଷ ଧାଡିରେ ରହିଗଲେ |
ସୋମବାର ସନ୍ଧ୍ୟାରେ ଲାଲୁଙ୍କ ପୁଅ ତେଜସ୍ୱୀ ଯାଦବ ଅଧ୍ୟକ୍ଷଙ୍କ ରାହୁଲ ଗାନ୍ଧୀଙ୍କ ସହ ବିହାର ନିର୍ବାଚନର ଆସନ ବଣ୍ଟନ ବିଷୟରେ ଆଲୋଚନା କରିଥିଲେ | ପଟିଆଇ ସୂତ୍ରରୁ ଜଣାପଡିଛି ଯେ , ତେଜସ୍ୱୀ ଯାଦବ ପୂର୍ବରୁ ଆଲ୍ହାଭାରୁ ବିହାର କଂଗ୍ରେସ ମୁଖ୍ୟ ରାଜେଶ ରାମ , ବିହାର ବିଧାନସଭାରେ CLP ନେତା ଶକିଲ ଅହମ୍ମଦ ଖାଁ ଏବଂ ଭେନୁଗୋପାଳଙ୍କ ସହ ଆଲୋଚନା କରିଥିଲେ |
ଅନ୍ୟପକ୍ଷରେ, ବିଜେପି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଘୋଷଣା କରିଛନ୍ତି ଯେ ଜେଡି(ୟୁ) ଏବଂ ବିଜେପି ପ୍ରତ୍ୟେକ ୧୦୧ଟି ଆସନରେ ଲଢ଼ିବେ; ଚିରାଗ ପାସୱାନଙ୍କ ନେତୃତ୍ୱାଧୀନ ଲୋକ ଜନଶକ୍ତି ପାର୍ଟି (ରାମ ବିକାଶ) ୨୯ଟି ଆସନରେ; ଏବଂ ଜିତନ ରାମ ମାଞ୍ଝିଙ୍କ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା (ଧର୍ମନିରପେକ୍ଷ) ଏବଂ ଉପେନ୍ଦ୍ର କୁଶୱାହାଙ୍କ ରାଷ୍ଟ୍ରୀୟ ଲୋକମୋର୍ଚ୍ଚା (ଆରଏଲଏମ) ଛଅଟି ଆସନରେ ଲଢ଼ିବେ। ବିହାର ନିର୍ବାଚନ ନଭେମ୍ବର ୬ ଓ ୧୧ ତାରିଖରେ ଦୁଇଟି ପର୍ଯାୟରେ ହେବ | ଏବଂ ଭୋଟ ଗଣତି ନଭେମ୍ବର ୧୪ ତାରିଖରେ କରାଯିବ | ପ୍ରଥମ ପର୍ଯାୟ ପାଇଁ ଅକ୍ଟୋବର ୧୦ ତାରିଖରେ ନାମାଙ୍କନ ଜାରି ହୋଇଥିଲା | ସେଥିମଧ୍ୟରୁ ୧୨୧ଟି ଆସନ ପାଇଁ ନିର୍ବାଚନ ହୋଇଥିଲା |