Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୂଆପଡା ଉପନିର୍ବାଚନରେ ନୂଆ ବିସ୍ପୋରଣ: ତିନି ଦଳକୁ ଘାରିଛି ଟେନସନ

ଭୁବନେଶ୍ୱର: ନୂଆପଡା ଉପ ନିର୍ବାଚନରେ ନୂଆ ନୂଆ ସ୍ଟ୍ରାଟେଜୀ ସାମ୍ନାକୁ ଆସିଛି। ତେବେ ତିନି ଦଳ ଏବେ ଅଣ୍ଟା ଭିଡିବାରେ ଲାଗିଛନ୍ତି। ଜୟ ଢୋଲକିଆ ଦଳ ପରିବର୍ତନ ପରେ ଏହି ନୂଆ ପରିବର୍ତନ ଦେଖାଦେଇଛି ।ଏଥର ଜୟ ଢୋଲକିଆ ବିଜେପିର ନୂଆପଡା ପ୍ରାର୍ଥୀ। ଏସୂଚନା ପ୍ରଦାନ କରିଛନ୍ତି ବିଜେପି ରାଜ୍ୟସଭା ସାଂସଦ ସୁଜିତ୍ କୁମାର।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ୫୦ ହଜାରରୁ ଅଧିକ ଭୋଟରେ ବିଜୟୀ ହେବେ ପ୍ରାର୍ଥୀ। ଆସନ୍ତା ୧୬ ତାରିଖରେ ନାମାଙ୍କନ ଭରିବେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ। ନାମାଙ୍କନ ସମୟରେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝି। ଏଥି ସହିତ ବିଶାଳ ସମାବେଶର ଆୟୋଜନ କରାଯିବ। ଏହି ସମାବେଶରେ ସହ ସହ ବିଜେଡି ଏବଂ କଂଗ୍ରେସ କର୍ମୀ ବିଜେପିରେ ସାମିଲ ହେବେ। ନୂଆପଡାରେ ବିଜେପି ପୂର୍ବ ଅପେକ୍ଷା ଆହୁରି ଶକ୍ତିଶାଳୀ ହୋଇଛି। ଏଥର ଏହି ଉପନିର୍ବାଚନରେ ବିଜେପିର ବିଜୟୀ ସୁନିଶ୍ଚିତ ବୋଲି କହିଛନ୍ତି ସୁଜିତ କୁମାର। ଏହି ଦଳ ଅଦଳବଦଳକୁ ନେଇ ଚାଲିଛି ଏବେ ଅଙ୍କ କସା। ବିଜେପିର କୋର କମିଟି ବୈଠକରେ ଜୟଙ୍କ ନାମ ସୁପାରିଶ ହୋଇଛି।

କିନ୍ତୁ ସେପଟେ ବିଜେପିରେ ପ୍ରାର୍ଥୀ ସାମିଲ ହେବାପରେ ଏପଟେ ବିଜେଡିର ଅଙ୍କ ବିଗିଡିଯାଇଛି। ସୂଚନା ମୁତାବକ ବିଜେଡି ଏବେ ନୂଆ ସ୍ରାଟେଜି ପ୍ଲାନ କରିବାରେ ଲାଗିଛି। ତେବେ ବିଜେଡି ନିଜର ପ୍ରାର୍ଥୀଙ୍କ ନାମ ସାମ୍ନାକୁ ଆଣିନାହିଁ। ଏଥର ନୂଆପଡାରେ ଦଳ କାହାକୁ ପ୍ରାର୍ଥୀ କରିବ ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ଏହା ମଧ୍ୟରେ ଚର୍ଚ୍ଚାରେ ଅଛନ୍ତି ୩ ପ୍ରମୁଖ ଚେହେରା। ପ୍ରଥମେ ରହିଛନ୍ତି ପୂର୍ବତନ ଜିଲ୍ଲା ବିଜେଡି ସଭାପତି ମନୋଜ ମିଶ୍ର। ସେହିପରି ନୂଆପଡା ବ୍ଲକ ଅନ୍ତର୍ଗତ ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁଙ୍କ ନାମ ଘୋଷଣା କରି ମହିଳା କାର୍ଡ ଖେଳିପାରେ ବିଜେଡି। ଅନ୍ୟ ଜଣେ ହେଉଛନ୍ତି ଅବନୀ ଯୋଶୀ।

ଗତକାଲି ନୂଆପଡାରେ ବସିଥିବା ବୈଠକରେ ଏହି ନାମକୁ ନେଇ ଚର୍ଚ୍ଚା ହୋଇଛି। ତେବେ ଏହି ନାମ ଗୁଡ଼ିକୁ ନେଇ ଚୂଡାନ୍ତ ନିଷ୍ପତି ନେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେପଟେ ଜୟ ଢୋଲକିଆଙ୍କ ଦଳ ପରିବର୍ତନରେ ଦଳ ଭୟଭୀତ ଥିବା ଚର୍ଚ୍ଚା ହେଉଛି। ତେବେ ଏହି ଉପନିର୍ବାଚନରେ କେଉଁ ଦଳ ବାଜିମାତ କରୁଛି ତାହା ଦେଖିବାକୁ ବାକି ରହିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ