ବଙ୍ଗୋପସଗାରରେ ଦାନା ବାନ୍ଧୁଛି ଲଘୁଚାପ, ସପ୍ତାହେ ଯାଏଁ ପ୍ରବଳ ବର୍ଷା ଆଶଙ୍କା

ଆଜି ସୃଷ୍ଟି ହେବ ଲଘୁଚାପ। ବଙ୍ଗୋପସଗାରରେ ଦାନା ବାନ୍ଧୁଛି ଲଘୁଚାପ। ଘନୀଭୂତ ହୋଇ ଆସନ୍ତାକାଲି ଅବପାତରେ ପରିଣତ ହେବା ସମ୍ଭାବନା। ପ୍ରଭାବରେ ଆଜିଠୁ ସପ୍ତାହେ ଯାଏଁ ପ୍ରବଳ ବର୍ଷା ଆଶଙ୍କା ରହିଛି। ୨୦ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ଆଲର୍ଟ କରାଯାଇଛି।
ବାତ୍ୟାର ମାସ ଅକ୍ଟୋବରରେ ଲଘୁଚାପ ଘନୀଭୂତ ହେବା ସମ୍ଭାବନାକୁ ନେଇ ଲୋକଙ୍କ ମଧ୍ୟରେ ଛନକା ପଶିଛି । ତେବେ ବାତ୍ୟା ନେଇ ଏଯାଏ ଆଇଏମଡି କିଛି ଆକଳନ କରିନାହିଁ । କିନ୍ତୁ ବିଭିନ୍ନ ମଡେଲ ବାତ୍ୟା ଆଶଙ୍କା ଓ ସ୍ଥଳଭାଗ ଛୁଇଁବା ନେଇ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି ।
ଅନ୍ୟପଟେ ବଙ୍ଗୋପସାଗରରେ ଲଘୁଚାପ ଘନୀଭୂତର ସମ୍ଭାବନା ବାତ୍ୟାର ମାସ ଅକ୍ଟୋବରରେ ବଢ଼ାଇଛି ଛନକା । ସମ୍ଭାବ୍ୟ ବାତ୍ୟା ନେଇ ବିଭିନ୍ନ ମଡେଲ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି । ୨୧-୨୨ ତାରିଖ ବେଳକୁ ଦକ୍ଷିଣ-ପଶ୍ଚିମ ଏବଂ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିର ସମ୍ଭାବନା ରହିଛି। ଏହା ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବ ବୋଲି ଅଧିକାଂଶ ମଡେଲ ପୂର୍ବାନୁମାନ କରିଛନ୍ତି । GFS ମଡେଲ ସମ୍ଭାବ୍ୟ ବାତ୍ୟା ନେଇ ସୂଚନା ଦେଉଛି । ତେବେ ECMWF ମଡେଲ ଲଘୁଚାପ ଘନୀଭୂତ ହୋଇ ଅବପାତ କିମ୍ବା ଗଭୀର ଅବପାତରେ ପରିଣତ ହୋଇପାରେ ବୋଲି ଦର୍ଶାଉଛି ।