କୋକସରା ବ୍ଲକ ଉଚ୍ଚ ବିଦ୍ୟାଳୟ ସ୍ତରୀୟ ସ୍ପୋର୍ଟସ ମିଟ ଅନୁଷ୍ଠିତ,ଜିଲ୍ଲା ସ୍ତରକୁ ଯିବେ ଖେଳାଳି।

କଳାହାଣ୍ଡି,୨୩/୧୦
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋଷ୍ଠି ଶିକ୍ଷା ବିଭାଗ ପକ୍ଷରୁ କୋକସରା ଜବାହାର ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ସ୍ପୋର୍ଟସ ମିଟ ପ୍ରତିଯୋଗିତା ବ୍ଲକ ର ସମସ୍ତ ଉଚ୍ଚ ବିଦ୍ୟାଳୟ ର କ୍ରୀଡା ରେ ଉତ୍ତୀର୍ଣ୍ଣ ହୋଇଥିବା ଖେଳାଳି ଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି। ଜବାହାର ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡା ଙ୍କ ସଭାପତିତ୍ୱ ରେ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରୀ ମହେଶ କୁମାର ଭାଟି, ସମ୍ମାନିତ ଅତିଥି ଭାବେ ପ୍ରଧାନ ଶିକ୍ଷକ ମାଝୀଗୁଡା ଉଚ୍ଚ ବିଦ୍ୟାଳୟ ପ୍ରଦୀପ କୁମାର ଦାସ, ରେଙ୍ଗାଳପାଲି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଟିକେଶ୍ୱର ପୁଞ୍ଜି ପ୍ରମୁଖ ଉପସ୍ଥିତ ରହି କ୍ରୀଡା ପତାକା ଉତ୍ତୋଳନ କରିବା ପରେ ବ୍ଲକ ସ୍ତରୀୟ କ୍ରୀଡା ରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀ ଙ୍କ ମନୋବଳ କୁ ବଢ଼ାଇବା ସହ ଉତ୍ସାହିତ କରିଥିଲେ। ଏହି କ୍ରମ ରେ ଦୌଡ଼, ଲଙ୍ଗଜମ୍ପ,ହାଇଜମ୍ପ କ୍ରୀଡା କୁ ବ୍ଲକ ର ବିଭିନ୍ନ ବିଦ୍ୟାଳୟ ରୁ ଆସିଥିବା କ୍ରୀଡା ଶିକ୍ଷକ ମାନେ ପରିଚାଳନା କରିଥିଲେ ।ଅପରାହ୍ନ ରେ ଉଦଯାପନି କାର୍ଯ୍ୟକ୍ରମ ରେ ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡା
ପ୍ରଧାନ ଶିକ୍ଷକ ଟିକେଶ୍ୱର ପୁଞ୍ଜି, ପ୍ରଦୀପ କୁମାର ଦାସ,ବରିଷ୍ଠ ସାମ୍ବାଦିକ ସନତ କୁମାର ପ୍ରଧାନୀ ବ୍ଲକ ସ୍ତରୀୟ କ୍ରୀଡା ରେ ମନୋନୀତ ହୋଇ ଜିଲ୍ଲା ସ୍ତରୀୟ ସ୍ପୋର୍ଟସ କୁ ଉତ୍ତୀର୍ଣ୍ଣ ହୋଇଥିବା ଖେଳାଳି ଛାତ୍ରଛାତ୍ରୀ ଙ୍କୁ ଶୁଭେଚ୍ଛା ଜଣାଇଥିଲେ। କ୍ରୀଡା କାର୍ଯ୍ୟକ୍ରମ କୁ ମଞ୍ଚ ସଂଯୋଜନା ରେ ନୋଡାଲ କ୍ରୀଡା ଶିକ୍ଷକ ଅମିତ କୁମାର ମହାନ୍ତି ସହଯୋଗ କରିଥିଲେ। କାର୍ଯ୍ୟକ୍ରମ କୁ କୋକସରା ବ୍ଲକ ପିଇଟି ସଙ୍ଘ ର ସଭାପତି ରାଧାକାନ୍ତ ପଟ୍ଟନାୟକ, କ୍ରୀଡା ଶିକ୍ଷକ ଦୀପ୍ତି ରଞ୍ଜନ ଠାକୁର, ସମୀର ରଞ୍ଜନ ପଣ୍ଡା, ଶଙ୍କର ପୋଢ଼, ଅଜିତ ମେହେର,ଉତ୍ତମ ସାହୁ, ଅଜୟ ସରାଫ,ଅଜିତାଭ ସାହୁ, କିଶନ ଲାଲ ଧଙ୍ଗଡା ମାଝୀ, ବିଶ୍ୱମର ଧଙ୍ଗଡା ମାଝୀ ସମେତ ଜବାହାର ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।