Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁର୍ଣ୍ଣୁଲ ବସ ଟ୍ରାଜେଡି; ୨୦ ଯାତ୍ରୀ ଜୀବନ୍ତ ଦଗ୍ଧ, ପ୍ରଧାନମନ୍ତ୍ରୀଙ୍କ ସହାୟତା ରାଶି ଘୋଷଣା

କୁର୍ଣ୍ଣୁଲ: ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲରେ ଏକ ବାଇକ୍ ସହିତ ଧକ୍କା ହେବା ପରେ ବସରେ ନିଆଁ ଲାଗିଯାଇଛି। ଦେଖୁଦେଖୁ ମୁହୂର୍ତ୍ତକ ମଧ୍ୟରେ ଅତି କମରେ ୨୦ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ଶୁକ୍ରବାର ସକାଳେ ହାଇଦ୍ରାବାଦ-ବେଙ୍ଗାଲୁରୁ ରାଜପଥରେ ଏହି ଦୁର୍ଘଟଣା ଘଟିଥିଲା। ହାଇଦ୍ରାବାଦ ଅଭିମୁଖେ ଯାଉଥିବା କାବେରୀ ଟ୍ରାଭେଲ୍ସ ବସ୍ ୪୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିଲା।

ପ୍ରାଥମିକ ସୂଚନା ଅନୁଯାୟୀ, ଦୁର୍ଘଟଣା ସମୟରେ ହାଇଦ୍ରାବାଦ ଅଭିମୁଖେ ଯାଉଥିବା ବସ୍ ପ୍ରାୟ ୪୦ ଜଣ ଲୋକଙ୍କୁ ନେଇଯାଉଥିଲା। କୁହାଯାଉଛି ଯେ ଧକ୍କା ପରେ ବାଇକଟି ବସ୍ ତଳେ ପଶିଯାଇଥିଲା, ଯାହା ଫଳରେ ତେଲ ଟାଙ୍କି ଫାଟି ନିଆଁ ଲାଗିଯାଇଥିଲା। ଅପରପକ୍ଷରେ ପୋଲିସ ରିପୋର୍ଟ ଅନୁସାରେ ସର୍ଟ ସର୍କିଟ୍ ଯୋଗୁଁ ବସ୍ ର ଦ୍ୱାର ଜାମ୍ ହୋଇଯାଇଥିଲା ଏବଂ କିଛି ମିନିଟ୍ ମଧ୍ୟରେ ବସ୍ ଟି ସମ୍ପୂର୍ଣ୍ଣ ଜଳିଯାଇଥିଲା। ଫଳରେ ଅତି କମରେ ୨୦ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ।

ତେବେ ଏହି ଘଟଣାରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି। ଏପରିକି ପ୍ରଧାନମନ୍ତ୍ରୀ ସହାୟତା ରାଶି ଘୋଷଣା କରିଛନ୍ତି। ମୃତକଙ୍କ ପରିବାର ବର୍ଗଙ୍କୁ ୨ ଲକ୍ଷ ଲେଖାଏଁ ସହାୟତା ଘୋଷଣା ହୋଇଥିଲା ବେଳେ ଆହତଙ୍କୁ ୫୦ ହଜାର ଲେଖାଏଁ ଅନୁକମ୍ପାମୂଳକ ସହାୟତା ମିଳିବ ବୋଲି ପ୍ରକାଶ କରିଛନ୍ତି। ସେହିପରି ଆହତଙ୍କ ଆଶୁଆରୋଗ୍ୟ ମଧ୍ୟ କାମନା କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ