Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆମପାଣି ବିଜୁ ଏକ୍ସପ୍ରେସ ୱେ ରେ ନିର୍ମାଣ ହେବ ଗୋଳେଇ ଛକ, ଅନୁଧ୍ୟାନ କଲେ ଯନ୍ତ୍ରୀ ଓ ଗ୍ରାମବାସୀ।

କଳାହାଣ୍ଡି,୨୫/୧୦
ବିଜୁ ଏକ୍ସପ୍ରେସ ୱେ ଆମପାଣି ଭଣ୍ଡାର ଘରେନ ମନ୍ଦିର ଛକ ରେ ନିର୍ମାଣ ହେବ ଗୋଳେଇ ଚେକ ପୋଷ୍ଟ,ଫଳରେ ବିଜୁ ଏକ୍ସପ୍ରେସ ୱେ ସମେତ ଆମପାଣି ଜାତୀୟ ରାଜପଥ ୨୬ ଓ ଆମପାଣି ଗ୍ରାମ ବସ୍ତି କୁ ସଂଯୋଗ କରୁଥିବା ରାସ୍ତା ରେ ଯାତାୟାତ କରୁଥିବା ଯାତ୍ରୀ ଙ୍କ ସୁରକ୍ଷା ପାଇଁ ଏକ ଟ୍ରାଫିକ ନିୟନ୍ତ୍ରଣ ସହ ଏହି ରାସ୍ତା ର ସୌନ୍ଦର୍ଯ୍ୟ ବର୍ଦ୍ଧନ ପାଇଁ ନିର୍ମାଣ କରିବାକୁ ଆମପାଣି ଗ୍ରାମବାସୀ ମାନେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ଙ୍କୁ ବିଗତ କିଛିଦିନ ତଳେ ଅନୁରୋଧ କରିଥିଲେ। ଜନସାଧାରଣ ଙ୍କ ଦାବି କୁ ଦୃଷ୍ଟିରେ ରଖି ବିଧାୟକ ପୂର୍ତ୍ତ ବିଭାଗ ଅଧିକାରୀ ଙ୍କୁ ଏହି ବିଷୟରେ ଅବଗତ ସହ ଗୋଳେଇ ଛକ ନିର୍ମାଣ କରିବାକୁ ଅନୁଦାନ ଯୋଗାଇବା ପାଇଁ କହିଥିଲେ। ପୂର୍ତ୍ତ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ କରି ଆମପାଣି ଭଣ୍ଡାର ଘରେନ ମନ୍ଦିର ଛକ ରେ ଗୋଳେଇ ଛକ ନିର୍ମାଣ ପାଇଁ ପୂର୍ତ୍ତ ବିଭାଗ ର କନିଷ୍ଠ ଯନ୍ତ୍ରୀ ନବ ଘନ ବେହେରା ସମେତ ଆମପାଣି ମଣ୍ଡଳ ର ବିଜେପି ନେତା ସନ୍ତୋଷ କୁମାର ମାଝୀ,ଵିଘ୍ନେସ୍ଵର ନାଏକ, ପୂର୍ବତନ ସରପଞ୍ଚ ଟିକିଚନ୍ଦ୍ର ଧ ଙ୍ଗ ଡା ମାଝୀ, କଳାହାଣ୍ଡି ସାଂସଦ ଙ୍କ ଆମପାଣି ଯୋନ ପ୍ରତିନିଧି ଗୋପିଚନ ନାଏକ, ବିଜୟ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଗୋଳେଇ ଛକ ନିର୍ମାଣ କାର୍ଯ୍ୟ ପାଇଁ ସ୍ଥାନ ନିରୂପଣ କରିଛନ୍ତି ଓ ଆଗାମୀ ଦିନରେ ଛକ କାର୍ଯ୍ୟ ଆରମ୍ଭ ହେବାନେଇ ବିଭାଗୀୟ ଯନ୍ତ୍ରୀ ଶ୍ରୀ ବେହେରା ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories