ପୂରଣ ହେବ ଖାଲିପଡିଥିବା ପଦବୀ ; ଏଣିକି କନଷ୍ଟେବଳ ପଦବୀ ପାଇଁ ହେବ ସିଧାସଳଖ ନିଯୁକ୍ତି
ଭୁବନେଶ୍ବର: ଆଉ ପରୀକ୍ଷା ଦେବାକୁ ପଡିବ ନାହିଁ। ସିଧାସଳଖ ନିଯୁକ୍ତ କରାଯିବ। ପୂରଣ ହେବ ରାଜ୍ୟରେ ଖାଲି ପଡ଼ିଥିବା ୪୨୧୯ କନଷ୍ଟେବଳ ପଦବୀ। ୪୨୧୯ ପୋଲିସ କନଷ୍ଟେବଳ ପଦବୀ ପାଇଁ ସିଧାସଳଖ ନିଯୁକ୍ତ କରାଯିବ ପ୍ରାର୍ଥୀଙ୍କୁ। ଏନେଇ ରାଜ୍ୟ ପୋଲିସ ମୁଖ୍ୟାଳୟର ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି ରାଜ୍ୟ ସରକାର।
ଏ ସଂପର୍କରେ ପୋଲିସ ଡିଜିଙ୍କୁ ଚିଠି ଲେଖି ଜଣାଇଛି ଗୃହ ବିଭାଗ। ଆବଶ୍ୟକ ନିୟମାବଳୀ ପାଳନ କରି ସିଧା ନିଯୁକ୍ତି ଦିଆଯିବ ବୋଲି ଚିଠିରେ ଦର୍ଶାଯାଇଛି।

